ଡକାୟତି ପୂର୍ବରୁ ଡକାୟତଙ୍କୁ ଧରିଲା ବଲାଙ୍ଗୀର ପୋଲିସ, ୪ ଗିରଫ, ଜୀବନ୍ତ ଗୁଳି ସହ ହତିଆର ଜବତ

NEWS7
agnikanda-in-nabarangpur

ବଲାଙ୍ଗୀର: ଡକାୟତି ଯୋଜନା ପଣ୍ଡ। ଡକାୟତି ପୂର୍ବରୁ ଡକାୟତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ। ଆଜି ଦିନ ୩ଟା ୩୦ ମିନିଟରେ ସାଲେପାଲି ଏକ ନିଛାଟିଆ ସ୍ଥାନରେ ୭ ଜଣ ଯୁବକ ବନ୍ଧୁକ ସହ ହତିଆର ଧରି କଥାବାର୍ତ୍ତା କରୁଥିବା ଖବର ପାଇଥିଲା ପୋଲିସ। ଏନେଇ ଘଟଣା ସ୍ଥଳରେ ପୋଲିସ ଆସିବା ଦେଖି ହତିଆର ଫିଙ୍ଗି ଫେରାର ମାରିଥିଲେ କିଛି ଯୁବକ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ।

୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ମେଡ ଇନ ଆମେରିକା ଲେଖା ବନ୍ଧୁକ , ଦୁଇଟି ଅଫୁଟା ଗୁଳି , ଗୋଟିଏ କାତି , ଦୁଇଟି ଲୁହାରଡ଼ ଜବତ କରିବା ସହ ସେମାନଙ୍କ ଠାରୁ ୧୮ ହଜାର ୫୩୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ତେବେ ଏହି ଯୁବକ ମାନଙ୍କ ପଛରେ ଡିକେ ଗ୍ୟାଙ୍ଗର ହାତ ଥିବା ସହ ବନ୍ଧୁକ ମଧ୍ୟ ଡିକେ ଗ୍ୟାଙ୍ଗ ଯୋଗାଇ ଦେଇଥିବା ଜଣାପଡିଛି। ତେବେ ଏଥିରେ ଡିକେ ଗ୍ୟାଙ୍ଗର ମୁଖ୍ୟ ଫେରାର ଥିବା ବେଳେ ତାକୁ ଖୋଜୁଛି ପୋଲିସ। ବଲାଙ୍ଗୀର ସହର ସହ ବିଭିନ୍ନ ସ୍ଥାନରେ ଡକାୟତି କରିବାର ଯୋଜନା ଥିବା ସୂଚନା ଦେଇଛି ପୋଲିସ।