LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା : ଜିଲ୍ଲା ଦୌରା ଜଜ୍ କୋର୍ଟରେ ୧୧୩ ଜଣଙ୍କ ଜାମିନ ଆବେଦନର ଶୁଣାଣି

NEWS7
after-the-final-pm-modi-met-the-players-and-hugged-shami

ବ୍ରହ୍ମପୁର୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୯ ଗିରଫ ଘଟଣାରେ ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ପୂର୍ବରୁ ଜାମିନ ନାମଞ୍ଜୁର ହୋଇଥିଲା ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ୍ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଥିବା ପିପି ବିଶ୍ୱଜିତ ବରାଳ କହିଛନ୍ତି । ଭିଜିଲାନ୍ସ ଏଡିଜେ କୋର୍ଟରେ ଶୁଣାଣି ହେବ ବୋଲି ପିପି ବିଶ୍ୱଜିତ ବରାଳ କହିଛନ୍ତି କ୍ରାଇମବ୍ରାଞ୍ଚ ଏହି ମାମଲାର ସିଡ଼ି ଏବଂ ଦସ୍ତାବିଜ ଦାଖଲ କରିବ

​​​​​​​ସେପଟେ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ସେ ଆହୁରି କହିଛନ୍ତି, ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ । ଏଥିପାଇଁ ଜିଲ୍ଲା ଏସ୍‌ପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା । ଫଳସ୍ୱରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ । ଏ ଘଟଣାର ତଦନ୍ତ ଚାଲିଛି ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ପୋଲିସ ଡିଜି କହିଛନ୍ତି ।

ଅନ୍ୟପଟେ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଶଙ୍କର କେଳେଙ୍କାରୀର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା କ୍ରାଇମବ୍ରାଞ୍ଚ ତାନାଁରେ ମାମଲା ରୁଜୁ କରିବା ପରେ ସେ ଏପର୍ଯ୍ୟନ୍ତ ଫେରାର ଅଛି । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି ।

ସୂଚନାଯୋଗ୍ୟ ଯେ, ପୋଲିସ ଏସ୍‌ଆଇ ପରୀକ୍ଷା ଟେଣ୍ଡର ଜରିଆରେ ପିଏସ୍‌ୟୁ ଆଇଟିଆଇ ଲିମିଟେଡ୍‌ ସଂସ୍ଥାକୁ ଦିଆଯାଇଥିଲା । ଏହି ସଂସ୍ଥା ଭୁବନେଶ୍ୱରର ସିଲିକନ୍‌ ଟେକ୍ନୋଲାବ୍‌କୁ ଓ ସିଲିକନ୍‌ ପକ୍ଷରୁ ଏହି କାମ ପଞ୍ଚସଫ୍ଟକୁ ଦିଆଯାଇଥିଲା । ପଞ୍ଚସଫ୍ଟକୁ ପରୀକ୍ଷା ପରିଚାଳନା ଲାଗି ୩୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପଞ୍ଚସଫ୍ଟ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଶଙ୍କର ପୃଷ୍ଟି କାର୍ଯ୍ୟ କରୁଥିଲା ଯେଉଁଠାରେ ଯାବତୀୟ କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ୧୧୪ ଜଣ ଆଶାୟୀ ପ୍ରାର୍ଥୀ, ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ରହିଛି ।