ସୈଫଙ୍କ ପରେ କରୀନାଙ୍କ ଉପରେ ହୋଇଥିଲା ଆଟାକ୍; ରୋନିତ୍ ରୟ କଲେ ଖୁଲାସା

Published By : Prameya-News7 Bureau | July 12, 2025 IST

ମୁମ୍ଵାଇ ୧୨।୦୭; ବଲିଉଡର ନୱାବ ସୈଫ୍ ଅଲ୍ଲି ଖାନ। ଚଳିତ ବର୍ଷ ଆରମ୍ଭରୁ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଘରେ ପଶି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ସୈଫଙ୍କୁ  ଆକ୍ରମଣ କରିଥିଲା । ବର୍ତ୍ତମାନ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଜଣାଶୁଣା ଅଭିନେତା ରୋନିତ୍ ରୟ ଖୁସାଲା କରିଛନ୍ତି ଯେ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣ ପରେ କରିନା କପୁରଙ୍କୁ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଭୟଭୀତ ହୋଇଯାଇଥିଲେ ।

ସୈଫ ଅଲ୍ଲି ଖାନଙ୍କ ଘରେ ହୋଇଥିବା ଆକ୍ରମଣ ପରେ ପଟୌଦି ପରିବାର ନିଜର ସିକ୍ୟୁରିଟି ବଦଳାଇ ଦେଇଥିଲେ । ଏହି ଆକ୍ରମଣ ପରେ ସେମାନେ ରୋନିତ ରୟଙ୍କ ସିକ୍ୟୁରିଟି ଏଜେନ୍ସିକୁ ନିଯୁକ୍ତ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ରୋନିତ କହିଥିଲେ, ସୈଫଙ୍କୁ ଛୁରୀ ମାରିବା ଘଟଣା ପରେ ଆଉ ଏକ ଅଘଟଣ ହୋଇଥିଲା। ସୈଫଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ପରେ ଯେତେବେଳେ ସେ ଘରକୁ ଫେରୁଥିଲେ, ସେତେବେଳେ ମିଡିଆ ଏବଂ ଭିଡ଼ ହୋଇଥିଲା । ଏହି ସମୟରେ କରିନା ମଧ୍ୟ ଡାକ୍ତରଖାନାରୁ ବାହାରି ଘରକୁ ଯାଉଥିଲେ ସେତେବେଳେ ତାଙ୍କ କାର୍ ଉପରେ ଆକ୍ରମଣ ହୋଇଥିଲା ।

ଏତିକି ନୁହେଁ 'କରିନା କପୁରଙ୍କ ଗାଡ଼ିକୁ ଧକ୍କା ଦିଆଯାଇଥିଲା ଏବଂ କିଛି ଲୋକ ତାଙ୍କ ପାଖକୁ ମଧ୍ୟ ଚାଲି ଆସିଥିଲେ । ଯାହାପଳରେ ସେ ସାମାନ୍ୟ ଆଘାତ ହୋଇଥିଲେ ।  ଏହି ଘଟଣାରେ ସେ ଭୟଭୀତ ହୋଇଯାଇଥିଲେ ଏବଂ ମୋତେ ସୈଫଙ୍କୁ ଘରକୁ ଆଣିବାକୁ କହିଥିଲେ । ମୁଁ ସେଫଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚାଇଦେଲି । ସଙ୍ଗେ ସଙ୍ଗେ ତାଙ୍କ ସୁରକ୍ଷା ଏଜେନ୍ସିକୁ ମଧ୍ୟ ଚେଞ୍ଜ୍ କରାଯାଇଥିଲା । ରୋନିତ୍ କହିଥିଲେ ଯେ ଯେତେବେଳେ ସେ ସୈଫଙ୍କ ଘର ଯାଞ୍ଚ କଲେ ସେତେବେଳେ ସୁରକ୍ଷାରେ ଅନେକ ଅଭାବ ଦେଖିବାକୁ ପାଇଲେ । ଅନେକ ଜରୁରୀ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ। ଯାହାକୁ ପରେ କାର୍ଯ୍ୟକାରୀ କରାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.