LIVE TV

ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ, ପୁଅ-ଝିଅ କହିଲେ ପୂର୍ବରୁ ମଧ୍ୟ ହେଉଥିଲା ଝଗଡା

NEWS7
after-naba-das-niranjan-pujari-new-health-minister-of-odisha

ଉଦଳା ୧୦: ଜହ୍ଲାଦ ସ୍ୱାମୀ । ସ୍ତ୍ରୀକୁ ମାରିଦେଲା । ସାମାନ୍ୟ କଥା ପାଇଁ ଗଲା ଜୀବନ । ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପାତାସାହି ଅଞ୍ଚଳରେ । ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପାତାସାହି ଗ୍ରାମର ଗୁରୁବାରୀ ପୂର୍ତ୍ତି ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଭଞ୍ଜ ପୂର୍ତ୍ତି କୌଣସି କାମରେ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ସ୍ୱାମୀଙ୍କ ସହିତ କୌଣସି କଥାକୁ ନେଇ ଗୁରୁବାରୀଙ୍କର ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଏକ କାଠ ଫାଳିଆରେ ସ୍ତ୍ରୀ ଗୁରୁବାରୀର ମୁଣ୍ଡ ଫଟାଇ ଦେବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଛାଡି ଘଟଣାସ୍ଥଳରୁ ଜହ୍ଲାଦ ସ୍ୱାମୀ ଭଞ୍ଜ ପୂର୍ତ୍ତି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଗୁରୁବାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ପୋଲିସକୁ ଖବର ଦେବା ପରେ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।

ତେବେ ପାରିବାରିକ କଳହର ଏହା କରୁଣ ପରିଣତି ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକଥର ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ବୋଲି ମୃତକଙ୍କ ପୁଅ ଏବଂ ଝିଅ କହିଛନ୍ତି