ବାଲିଯାତ୍ରା ୨୦୨୫
LIVE TV

କଟକରେ ପରିବା ଚାଷ ବୁଲି ଦେଖିଲେ କେନ୍ଦ୍ର କୃଷିମନ୍ତ୍ରୀ, ଚାଷୀଙ୍କ ସହ କଲେ ଆଲୋଚନା

NEWS7
after-mao-encounter-bijapur-police-start-search-operation

କଟକ ୧୦୧୧: କଟକ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅଧୀନ ରାଜହଂସ ଗ୍ରାମରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି । କଟକ ଗସ୍ତରେ ଆସିଥିବା ବେଳେ ପରିବା ଚାଷ ହେଉଥିବା ଅଞ୍ଚଳ ବୁଲି ଦେଖିଥିଲେ । ବିଶେଷ କରି ଏହି ଅଞ୍ଚଳରେ ହେଉଥିବା ପରିବା ଚାଷକୁ ବୁଲି ଦେଖିବା ସହ ଚାଷର ପ୍ରଦ୍ଧତି ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ଚାଷୀ ମାନଙ୍କ ସହ ବସି ଆଲୋଚନା କରିଥିଲେ ।

ବର୍ତ୍ତମାନ ସମୟରେ ଉନ୍ନତ ଜ୍ଞାନ କୌଶଳରେ ଚାଷ କରାଯାଉଥିବା ବେଳେ ଆଗକୁ କିଭଳି ଭାବେ ଏହି ଅଞ୍ଚଳରେ କିଭଳି ତାହାକୁ ଅନୁସରଣ କରାଯିବ ସେ ସମ୍ପର୍କରେ ପଚାରି ବୁଝିଥିଲେ । ବିଶେଷ କରି ସୋଲାର ଶକ୍ତିକୁ କିଭଳି ବ୍ୟବହାର କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଅନ୍ୟପଟେ ଚାଷୀ ମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ନିଜର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ବୋଲି ଚାଷୀ ମାନେ କହିଛନ୍ତି ।