ନୂଆଦିଲ୍ଲୀ ୦୨/୧୦: ଇସ୍ରାଏଲ ଉପରେ ୧୮୧ କ୍ଷେପଣାସ୍ତ୍ର ହମଲା ପରେ ଇରାନ ପୁଣିଥରେ ନେତାନ୍ୟାହୁଙ୍କୁ ଧମକ ଦେଇଛି । ଇରାନ ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବାଗେରି କହିଛନ୍ତି ଯେ ଯଦି ମଙ୍ଗଳବାର ସନ୍ଧ୍ୟାରେ ଇରାନ ଦ୍ୱାରା ମିସାଇଲ ଆକ୍ରମଣରୁ ଇସ୍ରାଏଲ ପ୍ରତିଶୋଧ ନେବ । ତେବେ ଅଧିକ ସଶସ୍ତ୍ର ବାହିନୀ ସହ ଅପରେସନ ପୁନରାବୃତ୍ତି ହେବ ।
ରଏଟର୍ସ ଅନୁଯାୟୀ, ଲେବାନନରେ ଇରାନର ହିଜବୁଲ ସହଯୋଗୀମାନଙ୍କ ବିରୋଦ୍ଧରେ ଇସ୍ରାଏଲର କାର୍ଯ୍ୟକଳାପର ଜବାବରେ ଇରାନ ଇସ୍ରାଏଲ ଉପରେ ୧୮୧ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଇସ୍ରାଏଲ୍ ଏହାର ଶତ୍ରୁ ବିରୋଧରେ ଆହୁରି କଠୋର ହୋଇଛି । ଏଥିସହିତ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ ଯୁଦ୍ଧ ପ୍ରେମୀ ନୁହେଁ ।
ସେ X ରେ ଏକ ପୋଷ୍ଟରେ କହିଛନ୍ତି ଯେ ନେତାନ୍ୟାହୁ ଶାସନର ଆକ୍ରୋଶର ଏକ ନିର୍ଣ୍ଣାୟକ ପ୍ରତିକ୍ରିୟା ଆଇନଗତ ଅଧିକାର ଆଧାରରେ ଏବଂ ଇରାନର ଶାନ୍ତି ଏବଂ ନିରାପତ୍ତା ଉଦ୍ଦେଶ୍ୟରେ ଦିଆଯାଇଛି । ଏହି କାର୍ଯ୍ୟ ଇରାନର ସ୍ୱାର୍ଥ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଥିଲା ।