T20 World Cup 2026 : ୧୫ ଜଣିଆ ଦଳରେ ସୂର୍ଯ୍ୟ ଅଧିନାୟକ, ଗିଲ୍‌ ବାଦ୍‌

NEWS7
after-divorcing-saif-alli-khan-amrutaa-demand-for-so-much-money

ମୁମ୍ବାଇ ୨୦।୧୨ : ଟି-୨୦ ବିଶ୍ୱକପ୍‌ ୨୦୨୬ । ଘୋଷଣା ହେଲା ଟିମ୍‌ ଇଣ୍ଡିଆ ସ୍କ୍ୱାର୍ଡ । ୧୫ ଜଣିଆ ଟିମ୍‌କୁ ଘୋଷଣା କରିଛନ୍ତି ଚୟନ କମିଟି । ଯେଉଁଥିରେ ସୂର୍ଯ୍ୟାକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି । ଦଳରେ ୪ ଜଣ ବ୍ୟାଟର୍‌ ୨ ଜଣ ଅଲ୍‌ରାଉଣ୍ଡର ଏବଂ ବାକି ୫ ଜଣ ବୋଲରଙ୍କୁ ସାମିଲ କରାଯାଇଛି ।

ସେହିପରି ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ । ଜାନୁଆରୀ ୨୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍‌ର ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ରାୟପୁର, ୩ୟ ମ୍ୟାଚ୍‌ ଗୌହ୍ୱାଚୀ, ୪ର୍ଥ ମ୍ୟାଚ୍‌ ବିଶାଖାପଟ୍ଟନମ୍‌, ୫ମ ମ୍ୟାଚ୍‌ ଥିରୁଅନନ୍ତପୁରମ୍‌ରେ ଅନୁଷ୍ଠିତ ହେବ ।

୨୦୨୬ରେ ଖେଳାଯିବ ଟି-୨୦ ବିଶ୍ୱକପ୍‌ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ଟି-୨୦ ବିଶ୍ୱକପ୍‌ର ଆୟୋଜନ କରିବେ । ଯାହା ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ । ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ମ୍ୟାଚ୍‌ କଲମ୍ବୋରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମୁକାବିଲା ଅହମ୍ମଦାବାଦ ଷ୍ଟାଡିୟମ୍‌ରେ ଖେଳାଯାଇପାରେ ।