LIVE TV

ହାଇଲେବଲ କ୍ଲିଅରାନ୍ସ ବୈଠକରେ ୧୨ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

NEWS7
after-black-fungus-assarjilus-detected

ଭୁବନେଶ୍ବର: ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ ତମ ହାଇଲେବଲ କ୍ଲିଅରାନ୍ସ ବୈଠକରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିପାଇଁ ୧ ଲକ୍ଷ ୪୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୭ଟି ସେକ୍ଟରରେ ୯ଟି ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।

ସୂଚନା ଅନୁସାରେ, ଏଥିରେ ଆଦାନୀ ଗ୍ରୁପ ୧୨ଟି ପ୍ରକଳ୍ପ ମାଧ୍ୟମରେ ବଡ଼ ପୁଞ୍ଜିନିବେଶ କରିବ। ଗ୍ରୁପ କୋଇଲାରୁ କେମିକାଲ ପ୍ରସ୍ତୁତି ଶିଳ୍ପ ପାଇଁ ୮୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ସେହିପରି ସ୍ପେସିଆଲ ଷ୍ଟିଲ ଶିଳ୍ପ, ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଶିଳ୍ପ ପାଇଁ ଅନୁମୋଦନ ମିଳିଛି।

ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବାର ୫୦୦ ଦିନ ଭିତରେ ବର୍ତ୍ତମାନ ସୁଦ୍ଧା ୩୨୯ଟି ପ୍ରକଳ୍ପକୁ ୭ ଲକ୍ଷ ୬୬ ହଜାର କୋଟିରୁ ଅଧିକର ପୁଞ୍ଜିନିବେଶ ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ କରି କାମ ଆରମ୍ଭ ହୋଇଛି। ୪ ଲକ୍ଷ ୬୮ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ୨ ଲକ୍ଷ ୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଯାହା ଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇଛି।