ବେଆଇନ ଜଳକ୍ରୀଡ଼ା ବେଳେ ସ୍ପିଡ୍ ବୋଟ୍ ଦୁର୍ଘଟଣା ପରେ ଆକ୍ସନ ମୋଡ଼ରେ ପ୍ରଶାସନ : ସଂସ୍ଥାର ଟିକେଟ୍ କାଉଣ୍ଟରରେ ବୁଲିଲା ବୁଲଡୋଜର

Published By : Prameya-News7 Bureau | May 27, 2025 IST

ପୁରୀ : ପୁରୀ ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ସମୟରେ ସ୍ପିଡ୍ ବୋଟ୍ ଦୁର୍ଘଟଣା ନେଇ ବାରମ୍ବାର ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ । ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ ଆଡଭେଞ୍ଜର ଆଣ୍ଡ ଓ୍ବାଟର ସ୍ପୋର୍ଟସ ସଂସ୍ଥା ଖୋଲିଥିବା ଟିକେଟ୍ କାଉଣ୍ଟର ଉପରେ ବୁଲିଲା ବୁଲଡୋଜର । ଲାଇଟ୍ ହାଉସ୍ ନିକଟ ରାସ୍ତା ଉପରେ ପଡିଥିବା ଦୁଇଟି କଣ୍ଟେନର ଉପରେ ବୁଲିଲା ବୁଲଡୋଜର । ପୌରପାଳିକା ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ହେଲା କାଉଣ୍ଟର ।‌ ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିଲା ସମ୍ପୃକ୍ତ ସଂସ୍ଥା । 

ଗତ ଶନିବାର ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ସମଗ୍ର ଘଟଣାର ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଥିଲେ । ପୁରୀ ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଘଟଣାକୁ ନେଇ ତଦନ୍ତ ଚାଲିଛି । 

You Can Read:

ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁଁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.