ଭଦ୍ରକରେ ନିୟନ୍ତ୍ରଣରେ ଝାଡ଼ାବାନ୍ତି, ଗାଁର କେତେକ ନଳକୂପ ପାଣିକୁ ବ୍ୟବହାର ପାଇଁ ପ୍ରଶାସନର ବାରଣ

Published By : Prameya-News7 Bureau | June 15, 2025 IST

ଭଦ୍ରକ ୧୫।୬: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଷୋଳମପୁର ଅଞ୍ଚଳରେ ବ୍ୟାପିଥିବା ଝାଡ଼ାବାନ୍ତି ନିୟନ୍ତ୍ରଣରେ ରହିଛି । ବିରୋଳୀ, ତିଖିଲିଆ ଓ ଦାଣ୍ଡକୂଳ ଗାଁରୁ ଯାଜପୁର ମେଡିକାଲରେ ଓ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ କୌଣସି ଆକ୍ରାନ୍ତଙ୍କ ବିଷୟରେ ସୂଚନା ମିଳିନାହିଁ । 

କିନ୍ତୁ ମେଡିକାଲ ପ୍ରଶାସନ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଦିନକୁ ଏକାଧିକ ଥର ଗାଁ ଗାଁ ବୁଲୁଛନ୍ତି । ଗାଁର କେତେକ ନଳକୂପ ପାଣିକୁ ବ୍ୟବହାର ପାଇଁ ପ୍ରଶାସନ ବାରଣ କରିଛି । ଗାଁ ଗୁଡ଼ିକରେ ବ୍ଲିଚିଂ ପାଉଡର ପକାଇବା ସହ କୂଅ ଓ ପୋଖରୀ ପାଣି ବ୍ୟବହାର ପାଇଁ ମନା କରାଯାଇଛି । 

ଛୋଟ ପିଲା ଓ ବୟସ୍କଙ୍କୁ ଅଧିକ ସତର୍କ ରହିବା ସହ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ କୁହାଯାଇଛି । ପାଣି ଫୁଟାଇ ପିଇବା ସହ ଆବଶ୍ୟକ ସ୍ଥଳେ ହଲୋଜେନ୍ ବଟିକା ବ୍ୟବହାର ପାଇଁ କୁହାଯାଇଛି । ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଗାଁ ଗୁଡ଼ିକରେ ଲୋକଙ୍କୁ ହାତ ଧୋଇବା ଶୈଳୀ ଓ ସଫା ସୁତୁରା ରହିବା ପାଇଁ ମଧ୍ୟ ସଚେତନ କରୁଛନ୍ତି ।

You Can Read:

ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି : ବଡଚଣା ମେଡିକାଲରେ ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.