କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ, ତଡ଼ିଲେ କୋଟିଆ ପୋଲିସ

NEWS7
administration-also-took-action-on-vikas-divyakirtis-coaching

ପଟ୍ଟାଙ୍ଗି: ବାରମ୍ବାର କାେରିଆରେ ଅନୁପ୍ରବେଶ କରି ଅଞ୍ଚଳର ଲୋକଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ଉଦ୍ୟମ କରି ଆସିଛି ଆନ୍ଧ୍ରର ଅଧିକାରୀ। ହେଲେ ପ୍ରତିଥର ସେମାନଙ୍କୁ ମୁଣ୍ଡକାନ ଆଉଁଷିବାକୁ ପଡ଼ିଛି। ଏହି କ୍ରମରେ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ। ଏହା ଦେଖି ଘଉଡାଇଲା କୋଟିଆ ପୋଲିସ। ଆନ୍ଧ୍ର ରାସନକାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ କରିବା ପାଇଁ ଅନୁପ୍ରବେଶ କରିଥିଲେ ଅଧିକାରୀ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଆଜି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀମାନେ ଉପର ସେମ୍ବି ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଗ୍ରାମବାସୀ ମାନଙ୍କୁ ଏକତ୍ରିତ କରିଥିଲେ।ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ ଆରମ୍ଭ କରିଥିଲେ। ଉକ୍ତ ବିଷୟରେ ସୂଚନା ପାଇ କୋଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ବିରୋଧ କରିବାରୁ ଆନ୍ଧ୍ରର ଅଧିକାରୀ ସଙ୍ଗେ ସଙ୍ଗେ ଛତ୍ରଭଙ୍ଗ ହୋଇ ସେଠାରୁ ଫେରିଯାଇଥିବା ନେଇ ଜଣାପଡିଛି।

​​​​​​​ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ କେମିତି ଲାଗୁ କରାଯିବ ତାକୁ ନେଇ କସରତ କରି ଆସିଛନ୍ତି ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ। ତେଣୁ ସେମାନଙ୍କୁ କୋଟିଆ ଅଞ୍ଚଳରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ସେମାନଙ୍କୁ ପ୍ରତିଥର ବିରୋଧ କଲେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାର ଉଦ୍ୟମରୁ ନିବୃତ୍ତ ହେଉ ନାହାନ୍ତି