ଚଣ୍ଡିଖୋଲ: ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନି ବିବାଦ। ସୋମବାର ପୁଣି ଯାତ୍ରା କଳାକାର ପୂଜା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ ଭାବେ ଶୋଷଣ କରାଯାଉଥିବା ଅଭିଯୋଗ ଆଣି ଯାତ୍ରା ଅଭିନେତ୍ରୀ ପୂଜା ଲିଙ୍ଗରାଜ ଥାନାରେ ନାଣ୍ଡୁବାବୁଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୂଜା ଅଭିଯୋଗ କରିଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କ ସହ ଅନ୍ୟାୟ କରାଯାଉଛି । ମାଲିକ ତାଙ୍କୁ ଯାତ୍ରା ପାଇଁ ଚୁକ୍ତି କରିଥିଲେ ହେଁ ତାଙ୍କୁ ପରବର୍ତ୍ତୀ ସମୟରେ ବାହାର କରିଦିଆଯାଇଥିଲା । ଏହାପରଠୁ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ଏପରିକି ତାଙ୍କୁ ହତ୍ୟା ଧମକ ମିଳୁଥିବା ପୂଜା ଅଭିଯାଗ କରିଛନ୍ତି । ତାଙ୍କର ଯାହା ଅସୁବିଧା ହୁଏ ସେଥିପାଇଁ ନାଣ୍ଡୁ ଦାୟୀ ରହିବେ ବୋଲି ସେ କହିଛନ୍ତି । ତେଣୁ ପୁଲିସ ତାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାକୁ ପୂଜା ନିବେଦନ କରିଛନ୍ତି ।
ଏପଟେ ପୂଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଛନ୍ତି ପୂଜା ହେଉଛନ୍ତି ଜଣେ ଫ୍ରଡ। ସେ ଏମିତି ବିଭିନ୍ନ ସ୍ଥାନରେ ଫ୍ରଡ କରିଛନ୍ତି। ସେତେବେଳେ ପୂଜା ଦେଇଥିବା ମୋବାଇଲ ନମ୍ବର ଲାଗି ନଥିଲା ବାରମ୍ବାର ଟଙ୍କା ଫେରାଇ ବାକୁ କହିବା ପରେ ମଧ୍ୟ ପୂଜା ଟଙ୍କା ଫେରାଇ ନଥିଲେ ସେଥିପାଇଁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ପୂଜା ଗୋଟେ ବର୍ଷ ହେବ କୁଆଡେ ଯାଇଥିଲେ ? ବର୍ଷେ ପରେ ଟଙ୍କା ଫେରାଇବାକୁ ପଡ଼ିବ ବୋଲି ସେ ମିଡ଼ିଆ ଓ ଥାନା ରେ ମିଛ ଅଭିଯୋଗ ଆଣିଛନ୍ତି। କୌଣସି ଖାଲି କାଗଜରେ ଦସ୍ତଖତ କରାଯାଇନି ସମସ୍ତ ତଥ୍ୟ ମୋ ପାଖରେ ଅଛି। ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୁଁ ଆଇନକୁ ସମ୍ମାନ ଦିଏ। ପୂଜା ହେଉଛନ୍ତି ଜଣେ ଫ୍ରଡ। ପୂଜା ଟଙ୍କା ନେଇଛନ୍ତି ଟଙ୍କା ଫେରାଇବାକୁ ପଡ଼ିବ। କୌଣସି କଳାକାର ମୋ ପାର୍ଟିରେ ସାଲିସ କରି ରହିନାହାନ୍ତି। ମୋ ପାଖରେ ସବୁ ପ୍ରମାଣ ଅଛି ବୋଲି କହିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ଯାତ୍ରା ମାଲିକଙ୍କ ସହ କମ୍ପରମାଇଜ ନକରିବାରୁ ତାଙ୍କୁ ମିଛ ଅଭିଯୋଗ କରି ଯାତ୍ରା ପାର୍ଟିରୁ ବାହାର କରାଯାଇ ଥିବା ପୂଜା ପୂର୍ବରୁ ଅଭିଯୋଗ ଆଣିଥିଲେ।