Live Live
LIVE

ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

NEWS7
actor-gudu-corona-positive

ଭୁବନେଶ୍ବର ୯।୩: ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୦୫ଟି ଅନୁ ଶାସନ ସଚିବଙ୍କ ପଦବୀ ଖାଲି ପଡିଥିବା ବେଳେ ଗୋଟିଏ ଅତିରିକ୍ତ ଶାସନ ସଚିବଙ୍କ ପଦବୀ ଖାଲି ପଡ଼ିଛି । ସେହିଭଳି ୨ଟି ଯୁଗ୍ମ ଶାସନ ସଚିବ, ୨ଟି ଉପ ଶାସନ ସଚିବ ପଦବୀ ମଧ୍ୟ ଖାଲି ପଡ଼ିଛି । ସେହିଭଳି ୪ଟି ଡେସ୍କ ଅଫିସର, ୩୬୫ଟି ଉପବିଭାଗ ଅଧିକାରୀ, ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ରହିଛି ।

ଏ ଖବର ବି ପଢ଼ନ୍ତୁ:- କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ସୌଭିକ୍ ବିଶ୍ବାଳ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶା ସଚିବାଳୟରେ ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ କେତେ ପଦବୀ ଖାଲିଅଛି ଓ ତାହା ପୂରଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି ।