କଟକ ୨୬।୭: ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ ଜଣଙ୍କୁ ବଦଳି କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ସହ ସମ୍ପାଦକ ଏବଂ କିଛି ସେକ୍ସନ ଅଫିସରଙ୍କୁ ବଦଳି କରିଦେଇ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଲାଗି ୧୯୩ ପରୀକ୍ଷା କେନ୍ଦ୍ର ହୋଇଥିଲା ଏବଂ ପ୍ରାୟ ୭୫ ହଜାର ଶିକ୍ଷକ ଏହି ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରିଦିଆଗଲା ।
ତେବେ, ଏଥିରେ କିଏ ସମ୍ପୃକ୍ତ, କେମିତି ପ୍ରଶ୍ନପତ୍ର ବାହାରକୁ ଗଲା, ତା ଉପରେ ବୋର୍ଡ କର୍ତ୍ତୃପକ୍ଷ ଏଯାଏଁ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ହେଲେ ସପ୍ତାହେ ପରେ ବି ତଦନ୍ତକାରୀ ସଂସ୍ଥାର ହାତ ଖାଲି କହିଲେ ଚଳେ ।
ଶୁକ୍ରବାର ବୋର୍ଡ ସଭାପତି ଏକ ନିର୍ଦ୍ଦେଶନାମା ବଳରେ ଜଣେ ବରିଷ୍ଠ ଅଧିକାରୀ ଓ ୫ ଜଣ ସେକ୍ସନ ଅଫିସରଙ୍କୁ ଅନ୍ୟ ବିଭାଗକୁ ବଦଳି କରିଛନ୍ତି । ହେଲେ ପ୍ରଶ୍ନପତ୍ର ଲିକ୍ ଘଟଣା ଏବେବି ରହସ୍ୟ ଘେରରେ ରହିଛି ।
You Can Read:
ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ, ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ