ଭୋଗରାଇ ତାଳସାରିରେ କି ମନୋରମ ଦୃଶ୍ୟ, ସଂଗ୍ରହ ହେଲାଣି ୧୫ ରୁ ୨୦୧୫ ଅଣ୍ଡା

NEWS7
act-india-beat-japan-5-0-to-play-malaysia-in-final

ଭୋଗରାଇ ୨୩/୦୨: ତାଳସାରୀରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ । ୧୫ଟିରୁ ୨୦୧୫ ଅଣ୍ଡା ସଂଗ୍ରହ । ଅଲିଭ ରିଡଲେ କଇଁଛଙ୍କ ତୀର୍ଥସ୍ଥଳୀ ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି କଇଁଛରୁ ମୋଟ ୨୦୧୫ଟି ଅଣ୍ଡା ସଂଗ୍ରହ କରାଯାଇଥିବା କଥା ଉଦୟପୁର ବନପାଳ ସଞ୍ଜୟ କୁମାର ମହାନ୍ତି କହିଛନ୍ତି ।

ସମସ୍ତ ଅଣ୍ଡାକୁ ସୁରକ୍ଷିତ ଭାବେ ହେଚେରୀରେ ରଖାଯାଇଥିବା ବେଳେ ବେଳାଭୂମି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପ୍ରତିବର୍ଷ ତାଳସାରୀ ବେଳାଭୂମି ଓଲିଭ ରିଡଲେ କଇଁଛ ମାନେ ସମୂହ ଅଣ୍ଡାଦାନ କରିଥାନ୍ତି । ଭୋଗରାଇର ଉଦୟପୁରରୁ କୀର୍ତନିଆ ପ୍ରାୟ ୧୦କି.ମି ସୁଦୀର୍ଘ ବେଳାଭୂମି ସେମାନଙ୍କ ସୁରକ୍ଷିତ ସ୍ଥାନ । ତାଳସାରୀର ମୁରଲୀ ଚଢ ଓ ନାରାୟଣ ମହାନ୍ତି ପଡିଆ ଦାଣ୍ଡି ଆଦି ସ୍ଥାନରେ ସେମାନେ ସୁରକ୍ଷିତ ଭାବେ ଅଣ୍ଡାଦାନ କରି ଫେରିଥାନ୍ତି ।

ବାଲେଶ୍ଵର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ଏବଂ ଜଳେଶ୍ଵର ବନ୍ୟପ୍ରାଣୀ ବନାଂଚଳର ସହକାରୀ ବନ ସଂରକ୍ଷକ ଜୟଶ୍ରୀ ମୁର୍ମୁଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷ ମଧ୍ୟ ବିଭାଗ ପକ୍ଷରୁ କଇଁଛଙ୍କ ଅଣ୍ଡାଦାନ ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଛି । ସୁବର୍ଷା’ ସ୍ଵତନ୍ତ୍ର ବୋଟରେ ବିଚିତ୍ରପୁର ଜେଟିରୁ ପ୍ରତିଦିନ ୬କି.ମି ସୁମୁଦ୍ରରେ ପାଟ୍ରୋଲିଂ କରାଯାଉଛି । ତବେ ଚଳିତ ବର୍ଷ କଇଁଛ ମାନେ ଆଗୁଆ ଆସିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସଂଖ୍ୟା ଟପିବ ବୋଲି ବନପାଳ ଶ୍ରୀ ମହାନ୍ତି ପ୍ରକାଶ କରନ୍ତି ।

also read..

ଫିଟୁନି ସମାଧାନର ରାସ୍ତା, ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍