ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା, ଓକିଲଙ୍କ ଆର୍ଗୁମେଣ୍ଟରେ ଜବାବ ରଖିଲେ ଅଭିଯୁକ୍ତଙ୍କ ଓକିଲ

Published By : Prameya-News7 Bureau | May 09, 2025 IST

ପାଟଣାଗଡ଼ ୯: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଓକିଲ ଭାବେ ନିଯୁକ୍ତ ଥିବା ପୂର୍ବତନ କ୍ରାଇମବ୍ରାଞ୍ଚର ଓକିଲ ଚିତ୍ତରଞ୍ଜନ କାନୁନଗୋ କହିବା ଅନୁସାରେ ଶୁକ୍ରବାର କୋର୍ଟରେ ଆର୍ଗୁମେଣ୍ଟର ପ୍ରଥମ ଦିନ ଥିଲା । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଥିବା ଦସ୍ତାବିଜ ପ୍ରମାଣ ଉପରେ ଆର୍ଗୁମେଣ୍ଟ କରାଯାଇଥିଲା । ଆସନ୍ତା ୧୩ ତାରିଖ ପୁଣି ଆର୍ଗୁମେଣ୍ଟ ହେବ ବୋଲି ମଧ୍ୟ କହିଛନ୍ତି । ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁଆରେ ଏହା ଏକ ସମ୍ବେଦନଶୀଳ ମାମଲା । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୁଦ୍ଧରେ ଯାହା କିଛି ପ୍ରମାଣ ଅଛି ତାହା ଭିତ୍ତିହୀନ ବୋଲି କହିଥିଲେ । 

ସୂଚନା ଅନୁସାରେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେ ଠାରୁ ପୁଞ୍ଜିଲାଲ ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।

You Can Read:

ଭାରତୀୟ ସେନାର ମନୋବଳ ବଢାଇବା ପାଇଁ କଂଗ୍ରେସର ତ୍ରିରଙ୍ଗା ଯାତ୍ରା, ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.