ସୈତାନ ବାପାକୁ ଆଜୀବନ କାରାଦଣ୍ଡ, ୧୨ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଦଣ୍ଡାଦେଶ

Published By : Prameya-News7 Bureau | May 19, 2025 IST

ବରଗଡ଼ ୧୯।୦୫ : ସୈତାନ ବାପାକୁ ଆଜୀବନ କାରାଦଣ୍ଡ । ୧୨ ବର୍ଷୀୟା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ଏହାସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ DLSAଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ | 

ଖବର ଅନୁଯାୟୀ, ଫେବୃଆରୀ ୨୨ ତାରିଖ ୨୦୨୦ରେ ବରଗଡ଼ରେ ସୈତାନ ସାଜିଥିଲା ବାପା । ଟାଉନ୍‌ ଥାନାରେ ରୁଜୁ ହୋଇଥିବା ଏକ ମାମଲା ଅନୁସାରେ, ଜଣେ ସୈତାନ ବାପା ନିଜ ୧୨ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବାପାକୁ ଗିରଫ କରିଥିଲା । ପରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍‌ । ଶେଷରେ ସୋମବାର ଦିନ ମାମଲାରେ ଶୁଣାଣି କରି କୋର୍ଟ ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ DLSAଙ୍କୁ ନିର୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.