ନୂଆଦିଲ୍ଲୀ ୦୭।୦୬: ଅଟଲିଙ୍କ ସହ ହାତ ମିଳାଇଛନ୍ତି ଦୀପିକା ପାଦୁକୋଣ । ଖୁବଶୀଘ୍ର ନିର୍ମାତାଙ୍କ ଆଗାମୀ ଫିଲ୍ମରେ ଆସିବେ ନଜର । ଯାହାର ନାଁ AA22xA6 ରଖାଯାଇଛି । ଫିଲ୍ମରେ ଦୀପିକା ପାଦୁକୋଣ ଏବଂ ଅଲ୍ଲୁ ଅର୍ଜୁନ ଏକ ରୋମାଣ୍ଟିକ ଯୋଡ଼ି ଭାବରେ ନଜର ଆସିବେ ।
ଶନିବାର ଫିଲ୍ମ ନିର୍ମାତା ଦୀପିକା ପାଦୁକୋଣଙ୍କୁ ସ୍ୱାଗତ କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଦୀପିକା ପାଦୁକୋଣ AA22xA6 ରେ ତାଙ୍କର ଆକ୍ସନ୍ ଅବତାର ଉପସ୍ଥାପନ କରିବେ। କ୍ଲିପର କ୍ୟାପସନରେ ନିର୍ମାତା ଦୀପିକାଙ୍କୁ ଜଣେ "ରାଣୀ" ଭାବରେ ବର୍ଣ୍ଣନା କରିଛନ୍ତି, ଯିଏ "ଜିତିବାକୁ" ପ୍ରସ୍ତୁତ।
ତେବେ ଗୁଜବ ଥିଲା ଯେ ଫିଲ୍ମରେ ୨ ନାୟକଙ୍କ କାହାଣୀ ଥାଇପାରେ । କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଟିମ୍ ସ୍ପଷ୍ଟ କରିଛନ୍ତି ଯେ ଅଭିନେତା ଡବଲ ରୋଲ୍ରେ ନଜର ଆସିବେ । ଯାହା ଫିଲ୍ମର କାହାଣୀରେ ଆକର୍ଷଣୀୟ ମୋଡ଼ ଆଣିବ । ମଜାଦାର କଥା ହେଉଛି ଦୀପିକାଙ୍କୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ସ୍ପିରିଟ୍ରୁ ବାହାର କରାଯିବାର କିଛି ସପ୍ତାହ ପରେ ଅଟଲିଙ୍କ ଫିଲ୍ମରେ ଦୀପିକାଙ୍କୁ ଏଣ୍ଟ୍ରି ମିଳିଛି ।
ରିପୋର୍ଟ ଅନୁଯାୟୀ, ଆଠ ଘଣ୍ଟାର ସିଫ୍ଟ, ଉଚ୍ଚ ଦରମା ଏବଂ ଫିଲ୍ମର ଲାଭରେ ଅଂଶ ଦାବି କରିବା ପାଇଁ ଦୀପିକାଙ୍କୁ ବାହାର କରାଯାଇଛି । ନିର୍ଦ୍ଦେଶକ ଭାଙ୍ଗା ତାଙ୍କ ଦାବିକୁ ପସନ୍ଦ କରି ନଥିଲେ। ନିକଟରେ ମା ହୋଇଥିବା ଦୀପିକା ତାଙ୍କ କାର୍ଯ୍ୟ ସମୟ ହ୍ରାସ କରି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସ୍ପିରିଟ୍ ବ୍ୟତୀତ ନାଗ ଅଶ୍ୱିନଙ୍କ କଳକି-୨ରୁ ଦୀପିକା ପାଦୁକୋନଙ୍କୁ ବାହାର କରାଯିବା ନେଇ ହେଉଛି ଚର୍ଚ୍ଚା ।