News7 Logo

ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିଜିତ ମଜୁମଦାର, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗ: ମନ୍ତ୍ରୀ

NEWS7
Abhijit Majumdar

ଭୁବନେଶ୍ଵର: ଧିରେ ଧିରେ ସୁସ୍ଥ  ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହାଲିଙ୍ଗ ।  ଡାକ୍ତରୀ ଟିମ୍  ଚିକିତ୍ସା କରୁଛନ୍ତି। ଚିକିତ୍ସା  ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା ଚାଲିଥିବା ମୁକେଶ ମହାଲିଙ୍ଗ କହିଛନ୍ତି।

ସେ କହିଛନ୍ତି ଲିଭର ଓ  କିଡନୀ କାମ କରୁଛି। ତାଙ୍କ ସୁସ୍ଥତା ପାଇଁ ଡାକ୍ତର ଓ ସରକାର ଚେଷ୍ଟା ଚଲେଇଛନ୍ତି। ତାଙ୍କ ଉନ୍ନତ  ଚିକିତ୍ସା ପାଇ ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ସହ କଥା ହୋଇଛୁ। ଆରୋଗ୍ୟ ହୋଇ କେମିତି ସେ ଘରକୁ ଫେରିବେ ସେ  ନେଇ ଚେଷ୍ଟା ଚାଲିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କସହ ମଧ୍ୟ କଥା ହେବୁ। ଆସନ୍ତା କାଲି ଆଉଥରେ ଡାକ୍ତରଙ୍କ ସହ କଥା ହେବୁ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଲିଭର ଚିକିତ୍ସା ପାଇଁ  ଟିମ୍ ଅଫ ଡାକ୍ତର ଆବଶ୍ୟକତା ରହିଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ସୂଚନାଯୋଗ୍ୟ, କିଡନୀଜନିତ ରୋଗରେ ପୀଡ଼ିତ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଘରୋଇ ହସ୍ପିଟାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟ ଖରାପ କାରଣରୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଗତ ରବିବାର ଭର୍ତ୍ତ ହୋଇଥିଲେ ଅଭିଜିତ ।

ସୂଚନା ଥାଉକି, ଗତି କିଛି ଦିନ ତଳେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ ହୋଇଥିଲେ । କଟକ ସିଡିଓସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଚିକିତ୍ସା ପାଇଁ । ଅନେକ ଦିନରୁ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ହେଁ ନିଜର ଦୈନନ୍ଦିନ କାର୍ଯ୍ୟକୁ ସଠିକ୍ ରୂପେ କରୁଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗଣେଶ ପୂଜା ଏବଂ ଦଶହରାରେ କାର୍ଯ୍ୟକ୍ରମ ପାଇଁ ବେଶ୍ ଉତ୍ସାହିତ ଥିଲେ ।

ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟ ମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୀର୍ଘ ଚାରି ଦିନ ସେଠାରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ।