ସରିଲା ରାଜ୍ୟସଭା ନିର୍ବାଚନ; ତିନି ଆସନ ପୋଛିନେଲା ବିଜେପି, ବିଜେଡି ଖାତାକୁ ଗୋଟିଏ

NEWS7
a-new-giant-sunspot-is-turning-towards-the-earth-nasa-says-is-another-major-solar-storm-coming

ଭୁବନେଶ୍ବର: ସରିଛି ରାଜ୍ୟସଭା ନିର୍ବାଚନ। ଆସିଛି ଫଳାଫଳ। ଯାହା ଆଶା କରାଯାଉଥଲା… ସେୟା ହିଁ ଘଟିଲା। ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଚତୁର୍ଥ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଛନ୍ତି। ଆଉ ଏହା ସହ ବିଜେପି ରାଜ୍ୟସଭାରେ ଯେଉଁ ବିଜୟ କଥା କହୁଥିଲା ତାହା ପ୍ରମାଣିତ ହୋଇଛି।ସେହିଭଳି ବିଜେଡିର ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ବିଜେପିର ୨ ନିର୍ବାଚିତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Updating...

ଆହୁରି ପଢ଼ନ୍ତୁ: Rajyasabha Election: ଆଶାଠୁ ଟପିଗଲା କ୍ରସ ଭୋଟିଂ, ଦଳୀୟ ହ୍ଵିପକୁ ମାନିଲେନି ୧୧ ବିଧାୟକ-ବିଧାୟିକା