ବାଂଲାଦେଶ ପ୍ରଧାନମନ୍ତ୍ରୀ ହେବେ ତାରିକ ରହମାନ: ଭାରତ ସହ ରହିଛି ତିକ୍ତ ଇତିହାସ, ଏବେ ବଦଳିବ କି ସମ୍ପର୍କ ?

NEWS7
a-man-his-minor-son-and-daughter-died-due-to-a-poisonous-insect-bite

ଢାକା:ବାଂଲାଦେଶରେ ନିର୍ବାଚନ ସରିବା ସହ ରାଜନୈତିକ ଦୃଶ୍ୟପଟ ବଦଳିଯାଇଛି। ଦୀର୍ଘ ଦୁଇ ଦଶନ୍ଧୀ ପରେ ବାଂଲାଦେଶରେ କ୍ଷମତାସୀନ ହେବାକୁ ଯାଉଛି ବିଏନ୍ପି। କାରଣ ନିର୍ବାଚନରେ ତାରିକ ରହମାନଙ୍କ ବିଏନ୍ପି ମୋଟ୍ ୩୦୦ ଆସନରୁ ଜିତିଛି ୨୦୦ରୁ ଅଧିକ ଆସନ। ଦଳର ମୁଖ୍ୟ ତାରିଖ ରେହମାନ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ।

ବାଂଲାଦେଶ ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥିଲା। ବିଶେଷ କରି ଆମେରିକା, ଚୀନ ଓ ଭାରତ ନିର୍ବାଚନ ଉପରେ କଡ଼ା ନଜର ରଖିଥିଲେ। ଆଉ ଫଳାଫଳ ଘୋଷଣା ପରେ ତୁରନ୍ତ ଭାରତ ପ୍ରତିକ୍ରିୟା ଦେଇଥିଲା। ବାଂଲାଦେଶ ଇଲେକ୍ସନ କମିଶନ ଫଳାଫଳ ଘୋଷଣା କରିବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକ ରେହମାନଙ୍କୁ ବଧେଇ ଜଣାଇଛନ୍ତି। ତାରିକଙ୍କ ନେତୃତ୍ୱାଧୀନ ସରକାର ସହିତ ମିଶି ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଇଚ୍ଛୁକ ବୋଲି ମୋଦୀ କହିଛନ୍ତି।

ଏପଟେ ୨୦୨୪ରେ ଶେଖ୍ ହସିନା ସରକାରର ପତ୍ତନ ପରେ ବାଂଲାଦେଶ ସହିତ ଭାରତର ସମ୍ପର୍କ ବିଗିଡ଼ି ଯାଇଛି। ଭାରତର ଏହି ପଡ଼ୋଶୀ ଏବେ ଇସ୍ଲାମିକ ଚରମପନ୍ଥୀଙ୍କ ମାନସିକତାର ଶିକାର ହୋଇଛି। ବାଂଲାଦେଶରେ ବଢ଼ୁଥିବା ହିନ୍ଦୁ ବିରୋଧୀ ହିଂସା ଓ ଭାରତ ବିରୋଧୀ ହାୱାକୁ ନେଇ ମୋଦୀ ସରକାର ଚିନ୍ତିତ। ସେପଟେ ଭାରତର ଉପସ୍ଥିତି ଦୁର୍ବଳ ହେଉଥିବା ଦେଖି ଚୀନ ବାଂଲାଦେଶକୁ ଅକ୍ତିଆର କରି ଭାରତକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି। ତେଣୁ ଏସବୁ କଥା ବିଚାରକୁ ନେଇ ଭାରତ ତାରିକଙ୍କ ନେତୃତ୍ୱରେ ବାଂଲାଦେଶ ସହିତ ପୁନଃ ସମ୍ପର୍କ ସୁଧାରିବା ଦିଗରେ ଅଗ୍ରସର ହେବାକୁ ଚାହୁଁଛି।

ତେଣୁ ବାଂଲାଦେଶରେ ତାରିକ ରେହମାନଙ୍କ ବିଏନ୍ପି କ୍ଷମତାକୁ ଫେରିବା ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଓ ସେଠାରେ ହିନ୍ଦୁଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର କମିବ ନା ଆହୁରି ବଢ଼ିବ ଆସନ୍ତୁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା।

ନୂଆ ରୂପରେ ତାରିକ ରେହମାନ

ଗତ ୧୭ ବର୍ଷ ଧରି ଦେଶରୁ ବିତାଡ଼ିତ ହେବା ପରେ ଗତବର୍ଷ ଡିସେମ୍ବର ମାସରେ ଲଣ୍ଡନରୁ ବାଂଲାଦେଶ ଫେରିଥିଲେ ଖାଲିଦା ଜିଆଙ୍କ ପୁଅ ତଥା ବିଏନ୍ପି ଅଧ୍ୟକ୍ଷ ତାରିକ ରେହମାନ। ଲଣ୍ଡନରୁ ଫେରିବା ପରେ ତାଙ୍କ ଆଭିମୁଖ୍ୟ ପଜିଟିଭ୍ ରହିଛି। ନିର୍ବାଚନରେ ତାଙ୍କ ଏଜେଣ୍ଡା ରହିଛି ବାଂଲାଦେଶ ଫାଷ୍ଟ।, ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି ଉପରେ ଆଧାରିତ। ଖାସ କଥା ହେଲା ସେ ବାଂଲାଦେଶକୁ ସେ ଆଞ୍ଚଳିକ ମହାଶକ୍ତି-ପାକିସ୍ତାନ, ଚୀନ ଓ ଭାରତ ଠାରୁ ଦୂରେଇ ରଖିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଚୀନ ଓ ପାକିସ୍ତାନ ପ୍ରତି ନରମ ମନଭାବ ପୋଷଣ କରିଥିଲେ। ଯାହ ଭାରତ ପାଇ ଅଡ଼ୁଆ ସୃଷ୍ଟି କରିଥିଲା। ହେଲେ ତାରିକ ରେହମାନଙ୍କ ଆଭିମୁଖ୍ୟ ଭାରତ ପାଇଁ ଆଶ୍ୱସ୍ତିକର।

ପୂର୍ବରୁ ଅନୁମାନ କରି ଆଗୁଆ ସତର୍କ ଥିଲା ଭାରତ

ତାରିକ ଏପରି ଏକ ସମୟରେ ବାଲାଦେଶର ଗାଦି ସମ୍ବାଳିବାକୁ ଯାଉଛନ୍ତି, ଯେଉଁଠି ପରମ ମିତ୍ର ଏବେ ଘୋର ବିରୋଧୀ ହୋଇଯାଇଛି। ପାକିସ୍ତାନକୁ ଚିରି ଯେଉଁ ଭାରତ ବାଂଲାଦେଶକୁ ସ୍ୱାଧୀନତା ଦେଇଥିଲା, ସେହି ଭାରତ ଏବେ ବାଂଲାଦେଶର ମୌଳବାଦୀ ମାନସିକତା ଠାରୁ ବହୁ ଦୂରକୁ ଚାଲିଯାଇଛି। ତେବେ ବାଂଲାଦେଶ ପାଇଁ ଭାରତ ଯେ କେତେ ଗୁରୁତ୍ୱପୂର୍ଣ୍ଣ, ଏକଥା ପଲିଟିକାଲ ଲିଡର ତ ବଡ଼ କଥା ବାଂଲାର ସାଧାରଣ ଜନତାଙ୍କୁ ବି ବେଶ୍ ଜଣା। ତେଣୁ ଭୌଗଳିକ ଦୃଷ୍ଟିରୁ ଭାରତ ବାଂଲାଦେଶ ପାଇଁ ଅପରିହାର୍ଯ୍ୟ ବୋଲି ତାରିକ ଭଲଭାବରେ ଜାଣିଛନ୍ତି। କାରଣ ଭାରତକୁ ଲାଗି ବାଂଲାଦଶର ୪,୦୦୦ କିଲୋମିଟର ସୀମା ରହିଛି। ତା ଛଡ଼ା ଦୁଇ ଦେଶ ବାଣିଜ୍ୟ, ବିଦ୍ୟୁତ୍ ଏବଂ କନେକ୍ଟିଭିଟି ମାଧ୍ୟମରେ ପରସ୍ପର ସହିତ ନିବିଡ଼ ଭାବେ ଜଡିତ ଅଛନ୍ତି। ତେଣୁ ଭାରତକୁ ବାଦ୍ ଦେଇ ବାଂଲାଦେଶ କିଛି ବଡ଼ କରିପାରିବ ନାହିଁ ବୋଲି ଏକଥା ବାଂଲାଦେଶ ନେତୃତ୍ୱ ଜାଣିଛନ୍ତି। ଅନ୍ୟପଟେ ବାଂଲାଦେଶରେ ମୌଳବାଦୀ ମୁସ୍ଲିମଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିବାରୁ ସେଠାକାର ଜନତାଙ୍କ ମୁଡ୍ ଏବେ ଭାରତ ବିରୋଧୀ। ବିଶେଷ କରି ଛାତ୍ର ଆନ୍ଦୋଳନରେ ଶେଖ୍ ହସିନାଙ୍କ ସରକାରର ପତ୍ତନ ହେବା ଓ ସେ ଭାରତରେ ଶରଣ ନେବା ସେଠାକାରେ ଜେନ୍-ଜିକୁ ଚିଡ଼ାଇ ଦେଇଛି। ହସିନାଙ୍କ ପ୍ରତ୍ୟର୍ପଣ ନେଇ ବାଂଲାଦେଶ ବାରମ୍ବାର ଅନୁରୋଧ କରିଥିଲେ ବି ଭାରତ ସବୁବେଳେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ମାନବିକତାର ପରିଚୟ ଦେଇଛି।

ତେଣୁ ଭାରତ ସହିତ ସମ୍ପର୍କ ସୁଧାରିବା ତାରିକଙ୍କ ପ୍ରଥମ ପ୍ରାଥମିକତା ହେବ। ଭାରତ ପୂର୍ବରୁ ହିଁ ବୋଧହୁଏ ଏହା ଜାଣି ସାରିଥିଲା। ସେଥିପାଇଁ ସମ୍ପର୍କ ସୁଧାରିବା ଦିଗରେ ଆଗେ ଭାରତ ହିଁ ହାତ ବଢ଼ାଇ ସାରିଛି। ଗତବର୍ଷ ଯେତେବେଳେ ତତ୍କାଳୀନ ବିଏନ୍ପି ଅଧ୍ୟକ୍ଷା ତଥା ତାରିକ ରେହେମାନଙ୍କ ମାଆ ଖାଲିଦା ଜିଆ ଅସୁସ୍ଥ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଏନେଇ ଚିନ୍ତା ବ୍ୟକ୍ତ କରିବା ସହିତ ଭାରତ ସମର୍ଥନ ଜଣାଇଥିଲେ। ଏହାର ଉତ୍ତରର ବିଏନ୍ପି ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲା।ଏହାର କିଛି ଦିନ ପରେ,ଖାଲିଦା ଜିଆଙ୍କ ମୃତ୍ୟୁ ପରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଢାକା ଯାଇ ତାରିକ ରେହମାନଙ୍କୁ ଭେଟିଥିଲେ। ଦୁଃଖରେ ସାମିଲ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବ୍ୟକ୍ତିଗତ ଚିଠି ଦେଇଥିଲେ। ୨୦୨୪ ଅଶାନ୍ତି ପରେ ପ୍ରଥମ ଭାରତୀୟ ନେତା ଭାବେ ଜୟଶଙ୍କର ଢାକା ଗସ୍ତ କରିଥିଲେ।

ଆଉ ଏବେ ବାଂଲାଦେଶ ଲୋକସଭା ନିର୍ବାଚନରେ ତାରିକଙ୍କ ବିଏନ୍ପି ବିପୁଳ ବିଜୟ ହାସଲ କରିବା ପରେ କୌଣସି ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ତାରିକଙ୍କୁ ବଧେଇ ଜଣାଇଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି “ଆମର ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି।” ତେଣୁ ଅତୀତର ତିକ୍ତଦାକୁ ଦୂରେଇ ଭାରତ ପୁଣିଥରେ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ବାର୍ତ୍ତା ଦେଇଥିବା ମୋଦୀଙ୍କ ଶୁଭେଚ୍ଛାରୁ ଜଣାପଡ଼ୁଛି।

ଭାରତ ସହ ସମ୍ପର୍କ ନେଇ କଣ କହିଥିଲେ ତାରିକ?

ଦୀର୍ଘ ୧୭ ବର୍ଷ ନିର୍ବାସନ ପରେ ବାଂଲାଦେଶକୁ ଫେରିଥିବା ତାରିକ ରେହମାନଙ୍କ ଆଭିମୁଖ୍ୟ ତାଙ୍କ ବାପାମା ଜିଆଉର ରେହମାନ ଓ ଖାଲିଦା ଜିଆଙ୍କ ଆଭିମୁଖ୍ୟ ଠାରୁ ଭିନ୍ନ ରହିଛି। ଯାହା ଭାରତ ପାଇଁ ଆଶ୍ୱସ୍ତିର କଥା। କାରଣ ତାରିକଙ୍କ ଏଜେଣ୍ଡାରେ ରହିଛି ନୋ ଦିଲ୍ଲୀ ନୋ ପିଣ୍ଡି(ଦିଲ୍ଲୀ ନୁହେଁ କି ରାୱଲପିଣ୍ଡି ନୁହେଁ)। ମାନେ ଉଭୟ ଭାରତ ଓ ପାକିସ୍ତାନ ଠାରୁ ସମଦୂରତା। ଯାହା ତାଙ୍କ ନିର୍ବାଚନ ରାରିଲେ ମଧ୍ୟ ଦେଖିବାକୁ ମିଳିଛି। ମୌଳବାଦି ଛାତ୍ର ନେତା ସରିଫ ଉସମାନ ହାଦିର ମୃତ୍ୟୁ ପରେ ଯଦିଓ ବାଂଲାଦେଶରେ ଭାରତ ବିରୋଧୀ ହାୱା ତେଜୁଛି ହେଲେ ତାରିକଙ୍କ ନିର୍ବାଚନ ରାଲିରେ କିନ୍ତୁ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉ ନାହିଁ।

ଭାରତ ବିରୋଧୀ ନିଆଁକୁ ଆହୁରି ପ୍ରଜ୍ଜ୍ୱଳିତ କରି ଭୋଟ ନେବା ବଦଳରେ ତାରିକ ଏକ ସୁରକ୍ଷିତ ବାଂଲାଦେଶ ଗଠନକୁ ମୂଳ ମୁଦ୍ଦା କରିଛନ୍ତି। ଧର୍ମ ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ହେଲେ ଦେଶ ସମସ୍ତଙ୍କର ବୋଲି ସେ ରାଲିରେ କହିଛନ୍ତି। ତେବେ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତାରିକଙ୍କର ଏହା ଏକ ଭୋଟ ବାଣ ବୋଲି ବି କୁହାଯାଇପାରେ। କାରଣ ବାଂଲାଦେଶ ଜନସଂଖ୍ୟାରେ ହିନ୍ଦୁଙ୍କ ଭାଗ ୮% ରହିଛି। ତେଣୁ ଭୋଟ ଉପରେ ଏହାର ପ୍ରଭାବ ବି ପଡ଼ିପାରେ। ତଥାପି, ତାରିକ ଭାରତ ସହିତ ବନ୍ଧୁତାର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଚିନ୍ତା କରୁଥିବା ସୀମାପାର ହତ୍ୟା ଏବଂ ତିସ୍ତା ନଦୀ ଜଳ ବଣ୍ଟନ ଚୁକ୍ତି ଭଳି ପ୍ରସଙ୍ଗରେ ଦୃଢ଼ ଭାରତ ବିରୋଧୀ ରହିଛନ୍ତି।

ଯଦିଓ ସେ ତାଙ୍କ ନିର୍ବାଚନ ଇସ୍ତାହାରରେ ଭାରତ ନାଁ ନେଇ ନାହାନ୍ତି ତେବେ ତୀସ୍ତା ଓ ପଦ୍ମା ନଦୀ ଜଳରେ ବାଂଲାଦେଶର ନ୍ୟାୟୋଚିତ ଭାଗ ସୁରକ୍ଷିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କାରଣ ଏହି ଦୁଇ ନଦୀର ଜଳ ବାଂଲାଦେଶର ଜୀବନ ଜୀବିକା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ତାରିକ ତାଙ୍କ ନିର୍ବାଚନୀ ଇସ୍ତାହରରେ ଏହାକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ସୀମାପାର ହତ୍ୟା ରୋକିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଭାରତର ୫ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମ ବାଂଲାଦେଶ ସହିତ ୪,୦୯୬ କିଲୋମିଟର ସ୍ଥଳ ସୀମା ଶେୟାର କରୁଛନ୍ତି। ସେଥିମଧ୍ୟରୁ ପଶ୍ଚିମବଙ୍ଗର ସୀମା ଅଧିକ ରହିଛି।

ବିଏନ୍ପି,ତାରିକ ଓ ଭାରତର ତିକ୍ତ ଇତିହାସ

ତାରିକ ରେହମାନଙ୍କର ଦଳ ବିଏନ୍ପିର ଇତିହାସ ସବୁବେଳେ ଭାରତ ବିରୋଧୀ ରହିଛି। ବିଏନ୍ପିର ପୂର୍ବତନ ଅଧ୍ୟକ୍ଷା ତଥା ତାରିକଙ୍କର ମାଆ ଖାଲିଦା ଜିଆ ପାକିସ୍ତାନ ଓ ଚୀନ ସହିତ ସମ୍ପର୍କ ମଜଭୁତ କରିବାକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ। ତାଙ୍କ ନିର୍ବାଚନୀ ଏଜେଣ୍ଡା ସବୁବେଳେ ଭାରତ ବିରୋଧରେ ରହୁଥିଲା। ୨୦୦୧ ରୁ ୨୦୦୬ ମଧ୍ୟରେ ଥିବା ବିଏନପି ଶାସନରେ ଭାରତ-ବାଂଲାଦେଶ ସମ୍ପର୍କରେ ସବୁଠାରୁ ଖରାପ ସମୟ ଦେଇ ଗତି କରିଥିଲା। ଏହା ବ୍ୟତୀତ, ପାକିସ୍ତାନର ଗୁପ୍ତ ସହଯୋଗୀ ଥିବା ଜମାତ, ବିଏନପିର ଏକ ସହଯୋଗୀ ଥିଲା। ସେହି ସମୟ ମଧ୍ୟରେ, ଭାରତ ଢାକା ଉପରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଆଖିବୁଜା ସମର୍ଥନ ଦେଉଥି ବୋଲି ଅଭିଯୋଗ କରିଥିଲା। ଉତ୍ତର-ପୂର୍ବ ବିଦ୍ରୋହୀମାନଙ୍କୁ ବାଂଲାଦେଶ ଆଶ୍ରୟ ଦେଉଛି ବୋଲି ଅଭିଯୋଗ କରିଥିଲେ ଭାରତ ସ ରକାର। ଯଦିଓ ସେତେବେଳେ ତାରିକ୍ କୌଣସି ଆନୁଷ୍ଠାନିକ ପଦବୀରେ ନଥିଲେ, ତାଙ୍କୁ ପରଦା ପଛରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା।

ଏହା ବ୍ୟତୀତ, ଭାରତ ୨୦୦୪ ମସିହାରେ ଚିଟାଗଙ୍ଗ ଅସ୍ତ୍ରଶସ୍ତ୍ର ଜବତ ମାମଲା ପଛରେ ତାରିକଙ୍କ ହାତ ଥିବା ଅଭିଯୋଗ ମଧ୍ୟ କରିଥିଲା।- ଉତ୍ତର-ପୂର୍ବରେ ଅରାଜକତା ସୃଷ୍ଟି କରିବା ପାଇଁ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସମ୍ (ଉଲଫା) ସହିତ ଏହା ଏକ ଗୁପ୍ତ ଷଡ଼ଯନ୍ତ୍ର ଥିଲା।

ଡିସେମ୍ବର ୨୦୦୫ରେ, ଏକ ଗୁପ୍ତ ଆମେରିକୀୟ କୂଟନୈତିକ ସଂଗଠନ ତାରିକଙ୍କୁ "ଦ ଡାର୍କ ପ୍ରିନ୍ସ" ବୋଲି ଆଖ୍ୟା ଦେଇଥିଲା। ଏହାର କିଛି ବର୍ଷ ପରେ ୨୦୦୮ରେ, ଢାକା ଟ୍ରିବ୍ୟୁନ୍ ଖବରକାଗଜ ତାରିକଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ଉପରେ ଏକ ସିରିଜ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ରହମାନଙ୍କ "ଡାର୍କ ପ୍ରିନ୍ସ" ଉପାଧିକୁ ଆହୁରି ସ୍ପଷ୍ଟ କରିଥିଲା। ସେବେଠାରୁ ଏହି ଟାଇଟଲ ତାରିକଙ୍କ ନାଁରେ କଳଙ୍କ ପରି ଲାଗି ରହିଛି।

୨୦୦୭ ମସିହାରେ ତାରିକଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ହାଜତରେ ନିର୍ଯାତନା ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ପରବର୍ଷ, ସେ ଚିକିତ୍ସା ପାଇଁ ବିଦେଶ ଯାତ୍ରା କରିବାକୁ କୋର୍ଟ ଅନୁମତି ପାଇଲେ ଏବଂ ୟୁକେ ଚାଲି ଯାଇଥିଲେ। ସେ ସେଠାରେ ୧୭ ବର୍ଷ ଧରି ରହିଥିଲେ, କିନ୍ତୁ ଦଳୀୟ ବ୍ୟାପାର ଉପରେ ଦୃଢ଼ ଭାବରେ ନଜର ରଖିଥିଲେ ଏବଂ ବିଏନ୍ପିକୁ ଭାଙ୍ଗିବାକୁ ଦେଇନଥିଲେ। ୫ ଅଗଷ୍ଟ, ୨୦୨୪ରେ ହସିନାଙ୍କ ବହିଷ୍କାର ପରେ, ତାରିକଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରାଯାଇଥିଲା, ଯେଉଁଥିରେ ୨୦୦୪ ମସିହାରେ ଏକ ରାଲିରେ ଆୱାମୀ ଲିଗ୍ ସୁପ୍ରିମୋଙ୍କ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ମଧ୍ୟ ସାମିଲ ଥିଲା।