ବଲାଙ୍ଗୀର ୧୪।୦୭ : ମେଡିକାଲରେ ଛାତରୁ ଡେଇଁଲେ ରୋଗୀ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ବିଲଡିଂରୁ ଜଣେ ରୋଗୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ରୋଗୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କୌଣସି କାରଣରୁ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ସୋମବାର ଦିନ ରୋଗୀ ଜଣଙ୍କ ହଠାତ୍ ମେଡିକାଲ ୨ୟ ମହଲା ବିଲଡିଂ ଛାତରୁ ଡେଇଁପଡିଥିଲେ । ଯାହାପରେ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ଯାଏଁ କେଉଁ କାରଣ ପାଇଁ ଛାତରୁ ଡେଇଁଲେ । ତାହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି ।