ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ନ୍ୟାୟର ଉପହାସ ; ଫାଶୀରୁ ବଞ୍ଚାଇବା ପାଇଁ ପିଏମ୍‌ ମୋଦିଙ୍କୁ ଲେଖାଗଲା ଚିଠି

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ : କଂଗ୍ରେସ ନେତା କେସି ଭେଣୁଗୋପାଳ ,କେରଳରେ ଜନ୍ମିତ ନିମିଷା ପ୍ରିୟାଙ୍କୁ ୟେମେନରେ ଫାଶୀରୁ ବଞ୍ଚାଇବା ପାଇଁ , ଶନିବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ , ଭେଣୁଗୋପାଳ କହିଛନ୍ତି ଯେ, ପ୍ରିୟା ବିଦେଶୀ ମାଟିରେ ଅକଳ୍ପନୀୟ କ୍ରୁରତା ଓ ଘରୋଇ ଦୁର୍ବ୍ୟବହାରର ଶିକାର ହୋଇଥିଲେ । କଂଗ୍ରେସ ମହାସଚିବ (ସଙ୍ଗଠନ) ନିଜର ପୋଷ୍ଟରେ କହିଛନ୍ତି, ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ନ୍ୟାୟର ଘୋର ଉପହାସ। ସେ ବିଦେଶୀ ମାଟିରେ ଅକଳ୍ପନୀୟ କ୍ରୁରତା ଓ ଘରୋଇ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି, ଯାହାକୁ ମୃତ୍ୟୁ ମୁଖକୁ ଠେଲି ଦିଆ ଯାଇଛି। ସେ ଆହୁରି କହିଛନ୍ତି , ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କର ଫାଶୀ ରୋକିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି। କେରଳର ନର୍ସଙ୍କୁ ୧୬ ଜୁଲାଇରେ ୟେମେନରେ ଫାଶୀ ଦିଆଯିବ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଭେଣୁଗୋପାଳ କହିଛନ୍ତି , ଯଦିଓ ଆକ୍ସନ କାଉନ୍ସିଲ ଓ ତାଙ୍କର ପରିବାର ପୀଡ଼ିତାଙ୍କ ପରିବାର ଠାରୁ ‘ବ୍ଲଡ୍‌ ମନି ’ ସ୍ୱୀକାର କରିବା ପାଇଁ କଥାବାର୍ତ୍ତା କରିବାକୁ ପ୍ରୟାସ କରିଛନ୍ତି, ଯେଉଁଥିରେ ତାଙ୍କ ଜୀବନ ବଞ୍ଚିଯିବ , କିନ୍ତୁ ଚାଲୁଥିବା ଗୃହଯୁଦ୍ଧ ଓ ଅନ୍ୟ ଆଭ୍ୟନ୍ତରୀଣ ଅଶାନ୍ତିର କାରଣରୁ ଏହି ଆଲୋଚନା ଗୁଡ଼ିକ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ସେ ପ୍ରଧାନମନ୍ତ୍ରୀଙ୍କୁ ନର୍ସଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତ କରାଇବା ପାଇଁ ୟେମେନୀ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ସମ୍ଭାବ୍ୟ କୂଟନୀତିକ ପଦକ୍ଷେପ ଗ୍ରହଣ କରି ସର୍ବୋଚ୍ଚ ପ୍ରାଥମିକତାର ସହ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ନିମିଷା ପ୍ରିୟାଙ୍କ ସ୍ୱାମୀ ଟମି ଥମାସ ନିମିଷାଙ୍କ ଜୀବନ ବଞ୍ଚାଇବା ପାଇଁ ଚାଲିଥିବା ପ୍ରୟାସର ସୂଚନା ଦେଇଛନ୍ତି। ନିମିଷାଙ୍କୁ ଜୁନ୍‌ ୨୦୧୮ରେ ହତ୍ୟା ଅଭିଯୋଗରେ ୧୬ ଜୁଲାଇରେ ୟେମେନରେ ଫାଶୀଦଣ୍ଡ ଦିଆଯିବ।

ଥମାସ୍ ନିକଟରେ କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକଙ୍କୁ ସାକ୍ଷାତ କରିଥିଲେ, ଯିଏକି ଭିଡ଼ିଓ କନଫରେନ୍ସଂ ମାଧ୍ୟମରେ ନିମିଷାଙ୍କ ମାଆଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଥମାସଙ୍କ ଅନୁସାରେ ,କେନ୍ଦ୍ର ସରକାର ରାଜ୍ୟ ସରକାର ଓ ବିଦେଶ ମନ୍ତ୍ରଣାଳୟ ପ୍ରୟାସ କରୁଛନ୍ତି ଏବଂ ଆମକୁ ସକାରାତ୍ମକ ପ୍ରତିକ୍ରିୟାର ଆଶା ରହିଛି। ଆମର ଓକିଲ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି।

ଏହା ପୂର୍ବରୁ , ଭାରତୀୟ କମ୍ୟୁନିଟି ପାର୍ଟି (ସିପିଆଇ)ର ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖି, ୧୬ ଜୁଲାଇରେ ୟେମେନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଶୀଦଣ୍ଡର ସମ୍ମୁଖୀନ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କୁ ବଞ୍ଚାଇବା ପାଇଁ ତତ୍କାଳ କୂଟନୀତିକ ହସ୍ତକ୍ଷେର ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.