ଲସଏଞ୍ଜେଲସ୍ ବନାଗ୍ନିରେ ଜଳିଗଲା ୧୦ ହଜାର କୋଟି ଟଙ୍କାର ଘର, ଜାଣନ୍ତୁ ମାଲିକ କିଏ?

Published By : Prameya-News7 Bureau | January 11, 2025 IST

ଲସଏଞ୍ଜେଲ୍ସ ୧୧।୧: ଆମେରିକା ଲସଏଞ୍ଜେଲସ୍ ଜଙ୍ଗଲରେ ବ୍ୟାପୁଥିବା ନିଆଁ ଏବେ ବ୍ୟାପକ ଧନଜୀବନ ହାନୀର କାରଣ ପାଲଟିଛି। ଏହି ବନାଗ୍ନିରେ ପେସିଫିକ୍ ପଲିସେଡସରେ ଥିବା ଏକ ମହଲ ଭଳି ଘର ପୋଡି ପାଉଁଶ ହୋଇଯାଇଛି। ଡେଲିମେଲ ଡଟକମ୍ ରିପୋର୍ଟ ଅନୁସାରେ ଏହି ଘରଟି ଲୁମିନାର ଟେକ୍ନୋଲଜିସ୍ ର ସିଇଓ ଅଷ୍ଟିନ ରସେଲଙ୍କର ଥିଲା ଓ ଏହାର ମୂଲ୍ୟ ପାଖାପାଖି ୧୨୫ ମିଲିୟନ ଡଲାର ଅର୍ଥାତ ୧୦,୭୭୦ କୋଟି ଟଙ୍କା ମୂଲ୍ୟାୟନ ହୋଇଥିଲା। 

୧୮ ବେଡରୁମର ଏହି ଭବ୍ୟ ଭବନଟି ବନାଗ୍ନିରେ ସମ୍ପୂର୍ଣ୍ଣ ବରବାଦ ହୋଇଯାଇଛି ଓ ଏବେ କେବଳ ଜଳୁଥିବା ଅବଶେଷ ଯାହା ରହିଛି। ଡେଲିମେଲ ଡଟ କମ ଏକ୍ସକ୍ଲୁସିଭ ଫଟୋ ଦେଇ ଏହା ସମ୍ପୂର୍ଣ୍ଣ ଭିଷ୍ମିଭୂତ ହୋଇଥିବା ଦାବି କରିଛି। ୨୦୨୩ରେ ଏହି ଘରକୁ ଏଚବିଓର ଲୋକପ୍ରିୟ ସୋ ‘ସକସେସନ’ରେ ଦେଖା ଯାଇଥିଲା। ରିପୋର୍ଟ ଅନୁସାରେ ଏହି ଘରର ମାସିକ ଭଡ଼ା ୪,୫୦,୦୦୦ ଡଲାର ଅର୍ଥାତ ୩କୋଟି ୭୪ଲକ୍ଷ ଟଙ୍କା ଥିଲା। 

ଏହି ଘରେ ଅନେକ ବିଳାଶମୟ ସୁବିଧା ସୁଯୋଗ ଥିଲା। ଯେଉଁଥିରେ ଖାସ କରି ଡିଜାଇନ କରାଯାଇଥିବା ସେଫ କିଚନ, ୨୦ ସିଟର ଥିଏଟର ଓ ରାତିରେ ତାରା ଦେଖିବା ପାଇଁ ଖୋଲି ହୋଇ ପାରୁଥିବା ଛାତ ଥିଲା। ରିପୋର୍ଟ ଅନୁସାରେ ଏହି ବିଲ୍ଡିଂରେ ଥିବା ଅଧିକାଂଶ ସୁବିଧା ନିଆଁରୋ ପୋଡି ନଷ୍ଟ ହୋଇଯାଇଛି। ଘରେ ଥିବା ରେଟିନଲ ସ୍କାନର, ୨ଟି ପ୍ୟାନିକ୍ ରୁମ, ରୁଫଟପ ଡେକ୍, ସ୍ପା ଓ କାର ଗ୍ୟାଲେରୀ ନିଆଁରେ ପୋଡି ଛାରଖାର ହୋଇଯାଇଛି। 

ରିପୋର୍ଟ ଅନୁସାରେ ଘରେ ଥିବା ଫାୟାର ପିଟ୍ ଭଳି କିଛି ସାମଗ୍ରୀ ଏବେବି ଅକ୍ଷତ ରହିଛି। ଛବିରେ ବଗିଚାରେ ଜଳୁଥିବା କାଠ ଓ ଘରର ନଷ୍ଟ ହୋଇଯାଇଥିବା ସାମଗ୍ରୀ ଗଦା ଏବେ ଦେଖିବାକୁ ମିଳୁଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.