ଶିକାରୀ ତାରରେ ଲାଗି ଜଣେ ମୃତ, ପାଣି ମଡାଇବାକୁ ଯାଇଥିଲେ, ଚାଲିଗଲା ଜୀବନ

Published By : Prameya-News7 Bureau | April 27, 2024 IST

ଭଞ୍ଜନଗର  ୨୭/୦୪: ଭଞ୍ଜନଗର ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକାର ଗ୍ରାମରେ ବିଦ୍ୟୁତ ତାରରେ ଲାଗି ଗଲା ଜୀବନ । ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ମୃତ l ମୃତକ ହେଲେ ତାଳସାକାର ଗ୍ରାମର ଅରୁଣ ନାୟକ । 

ସେ ଶୁକ୍ରବାର ରାତିରେ ନିଜ ବିଲକୁ ଚଣାରେ ପାଣି ମଡାଇବା ପାଇଁ ଯାଇଥିବା ବେଳେ ସେଠାରେ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ । ସେହିଠାରେ ହିଁ ଚାଲିଯାଇଥିଲା ଜୀବନ । ଅରୁଣ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜକୋଜି କଲା ପରେ ସେ ବିଲରେ ପଡି ରହିଥିବା ଜାଣିପାରିଲେ l 

ତୁରନ୍ତ ବୁଗୁଡ଼ା ପୋଲିସକୁ ଖବର ଦେବାପରେ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ଏହି ଅଂଚଳରେ ଏହି ପରି ବନ୍ୟଜନ୍ତୁଙ୍କ ପାଇଁ ବିଛା ଯାଇଥିବା ତାରରେ ଲାଗି ଅନେକ ଜୀବନ ଗଲାଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.