trump tariff refund; ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା,ସୁଧ ସହ ଶୁଳ୍କ ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

NEWS7
a-10-year-old-boy-saved-his-fathers-life-by-fighting-with-bear-in-chhattisgarh

ୱାଶିଂଟନ ଡିସିବେଆଇନ ଶୁଳ୍କ ଲଗାଇ ଆମଦାନୀକାରୀଙ୍କ ଠାରୁ ଆଦାୟ କରିଥିବା ମୋଟା ଅଙ୍କର ଶୁଳ୍କ ଅର୍ଥ ଫେରାଇବେ ଟ୍ରମ୍ପ ସରକାର। ଏନେଇ ଆମେରିକାର ଏକ ବାଣିଜ୍ୟ ଅଦାଲତ ଟ୍ରମ୍ପ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ସୁପ୍ରିମକୋର୍ଟ ଟ୍ରମ୍ପ ଟାରିଫକୁ ବେଆଇନ କହି ଲଗାଯାଇଥିବା ଶୁଳ୍କକୁ ଖାରଜ କରିଦେଇଥିଲେ। ଏହାପରେ ଆଦାୟ ହୋଇଥିବା ବେଆଇନ ଶୁଳ୍କକୁ ଫେରାଇବା ନେଇ ଆଲୋଚନା ଜୋର ଧରିଥିଲା। ଏବେ କୋର୍ଟ ନିର୍ଦ୍ଦେଶ ଦେବା ପରେ ଟ୍ରମ୍ପ ସରକାର ଶୁଳ୍କ ଫେରାଇବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି।

କୋର୍ଟ ଫାଇଲିଂ ଅନୁଯାୟୀ, ମନହାଟନରେ ଥିବା ଆମେରିକୀୟ ଅନ୍ତର୍ଜାତୀୟ ବାଣିଜ୍ୟ ଅଦାଲତର ବିଚାରପତି ରିଚାର୍ଡ ଇଟନ୍ ସରକାରଙ୍କୁ ଶୁଳ୍କ ଆକଳନ ନକରି ଲକ୍ଷ ଲକ୍ଷ ଶିପମେଣ୍ଟ ଆମେରିକାକୁ ଆଣିବାର ଖର୍ଚ୍ଚ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସୁଧ ସହିତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହିତ ମାମଲାରେ ପରବର୍ତ୍ତି ଶୁଣାଣି ଶୁକ୍ରବାରକୁ ସ୍ଥିର କରାଯାଇଛି।

ଆମେରିକା ସରକାର ୧୩୦ ବିଲିୟନ ଡଲାରରୁ ଅଧିକ ବେଆଇନ ଶୁଳ୍କ ଆଦାୟ କରିଥିଲେ। ଯେହେତୁ ସୁପ୍ରିମକୋର୍ଟ ରିଫଣ୍ଡ ପ୍ରଦାନ କରିବା ପାଇଁ କୌଣସି ମାର୍ଗଦର୍ଶିକା ଜାରି କରି ନାହାନ୍ତି, ତେଣୁ ଆମଦାନୀକାରୀମାନଙ୍କୁ କିପରି ରିଫଣ୍ଡ କରାଯିବ ସେ ବିଷୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କକୁ ଅସ୍ତ୍ର କରି ବେଆଇନ ଭାବେ ଅନ୍ୟ ଦେଶଗୁଡ଼ିକ ଉପରେ ମୋଟ ଆଙ୍କର ଶୁଳ୍କ ଲାଗୁ କରିଥିଲେ। ଏବଂ ଶୁଳ୍କ ଚାପରେ ବିଭିନ୍ନ ଦେଶକୁ ମନ ଇଚ୍ଛା ଡିଲ୍‌ରେ ରାଜି କରାଇଥିଲେ।। ଭାରତ ମଧ୍ୟ ଆମେରିକ ଧମକର ଶିକାର ହୋଇଥିଲା। ହେଲେ ଠିକ୍ ସମୟରେ ଆମେରିକା ସୁପ୍ରିମୋକୋର୍ଟ ରାୟ ଆସିଥିଲା। ସେ ଟ୍ରମ୍ପ ଟାରିଫକୁ ବେଆଇନ ବୋଲି କହିଥିଲେ।

ପ୍ରକୃତରେ ଟ୍ରମ୍ପଙ୍କ ଠାରିଫକୁ ବେଆଇନ କହି ଆମେରିକାର ଏକାଧିକ ବ୍ୟବାସାୟୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଶୁଳ୍କ ବିରୁଦ୍ଧରେ ଆମେରିକାର ଏକାଧିକ ରାଜ୍ୟରେ ଆବେଦନ ମଧ୍ୟ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଏହି ଟ୍ରମ୍ପ ଟାରିଫକୁ ବେଆଇନ ବୋଲି କହି ଖାରଜ କରିଦେଇଥିଲେ।