LIVE TV

ଶାରିରୀକ ସମ୍ପର୍କ ରଖିଲେ ପେଟ ପୁରିବ, ଛାତିଥରା କଥା ବଖାଣିଲେ ଗାଜାର ପୀଡ଼ିତା

NEWS7
Women in Gaza

​​​​​​​ନୂଆଦିଲ୍ଲୀ: ମାନବତା ଉପରେ ରାକ୍ଷସଙ୍କ ରାଜ୍‌। ଦାନା ଦୁଇ ମୁଠା ଦେବାକୁ ବ୍ଲାକମେଲ୍। ରୁଟି ବଦଳରେ ଇଜ୍ଜତ ଲୁଟ୍‌। ଶାରିରୀକ ସମ୍ପର୍କ ରଖିଲେ ପେଟ ପୁରିବ। ଛାତିଥରା କଥା ବଖାଣିଲେ ପୀଡ଼ିତା। ଗାଜାରେ ମହିଳାଙ୍କ ଉପରେ ଚରମ ନିର୍ଯାତନା। ଗତ ଦୁଇ ବର୍ଷ ଧରି ଏଠାରେ ଚାଲିଥିବା ଯୁଦ୍ଧ ସବୁକିଛି ଧ୍ୱଂସ କରିଦେଇଛି। ବର୍ତ୍ତମାନ ଯେଉଁ ସୂଚନା ସାମ୍ନାକୁ ଆସିଛି ତାହା ମଣିଷକୁ ଗୋଟିଏ ମୁହୂର୍ତ୍ତ ପାଇଁ ମାନବତା ଉପରୁ ବିଶ୍ୱାସ ହରାଇବାକୁ ବାଧ୍ୟ କରିପାରେ। ଯୁଦ୍ଧ ବର୍ବାଦ କରିଦେଇଛି ପୁରା ଗାଜା ସହରକୁ। କ୍ଷୁଧା, ଟଙ୍କା ଏବଂ ପାଣି ଠାରୁ ଆରମ୍ଭ କରି ସବୁକିଛିର ଅଭାବର ସମ୍ମୁଖୀନ ହେଉଛନ୍ତି ଗାଜାବାସୀ। ନା ଲୋକଙ୍କ ଚାକିରି ଅଛି ନା  ପେଟକୁ ମୁଠେ ଖାଇବାକୁ ଦାନା ଅଛି । ରହିବାକୁ ବାସସ୍ଥାନ ନାହିଁ । ଖାଦ୍ୟ ପାଇଁ ହାହାକାର

ଏହି ପରିସ୍ଥିତିରେ ଗାଜାର କିଛି ମହିଳାମାନେ ଯାହା ଖାଦ୍ୟ ଏବଂ ରିଲିଫ୍‌ ବଦଳରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି । ରିପୋର୍ଟରେ କୁହାଯାଇଛି ଗାଜାର କିଛି ମହିଳା ଦାବି କରିଛନ୍ତି ଯେ, ରିଲିଫ୍‌ ବାଣ୍ଟିବା ଦାୟିତ୍ୱରେ ଥିବା ପୁରୁଷ ମାନେ ତାଙ୍କର ଶୋଷଣ କରୁଛନ୍ତି । ରିଲିଫ୍‌ ମାଗିବାକୁ ଯାଉଥିବା ମହିଳାମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସ୍ଥାନୀୟ ପୁରୁଷ ଏବଂ କିଛି ସହାୟତା କର୍ମୀଙ୍କ ଦ୍ୱାରା ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି। ଏହି ମହିଳାମାନଙ୍କୁ ଦିନକୁ ଦୁଇଥର ଖାଦ୍ୟ ଏବଂ ପାଣି ପିଇବାର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ପାଇଁ ପ୍ରଲୋଭିତ କରାଯାଉଛି। ସେମାନେ ଅଶ୍ଳୀଳ ବାର୍ତ୍ତା କହୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାଙ୍କୁ ହଇରାଣ କରାଯାଉଛି। ଏପରି ଛଅ ଜଣ ମହିଳାଙ୍କ ସହ ଘଟିଥିବା ଛାତିଥରା କଥାକୁ ଉଲ୍ଲେଖ କରିଛି ଆସୋସିଏଟେଡ୍ ପ୍ରେସ୍। ପୀଡ଼ିତାଙ୍କ କହିବାନୁସାରେ କିଛି ଅସମାଜିକ ତତ୍ତ୍ୱ ସେମାନଙ୍କ ପାଖକୁ ଆସି ବିବାହ ପାଇଁ ଧମକ ଦେଇଥିଲେ। ଏକାଠି କୌଣସି ସ୍ଥାନକୁ ଯିବାକୁ କହିଥିଲେ। କିଛି ମହିଳା ପୁରୁଷଙ୍କ ଦାବିରେ ରାଜି ହୋଇଥିଲେ, ଅନ୍ୟମାନେ ମନା କରିଥିଲେ।

ବିଶେଷଜ୍ଞଙ୍କ ଅନୁସାରେ, ଏଭଳି ରିପୋର୍ଟ ପ୍ରକାଶ ପାଇବା ପ୍ରଥମ ଥର ନୁହେଁ। ଗାଜା ପୂର୍ବରୁ ଦକ୍ଷିଣ ସୁଡାନ, ବୁର୍କିନା ଫାସୋ, କଙ୍ଗୋ ଏବଂ ହାଇତିରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମହିଳାଙ୍କ ପ୍ରତି ନିର୍ଯାତନା ଏବଂ ଶୋଷଣର ରିପୋର୍ଟ ପ୍ରକାଶ ପାଇଛି। ଯେତେବେଳେ ଲୋକମାନେ ବିସ୍ଥାପିତ ହୁଅନ୍ତି ଏବଂ ସାହାଯ୍ୟ ଉପରେ ନିର୍ଭର କରନ୍ତି, ମହିଳାମାନେ ସବୁଠାରୁ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ହ୍ୟୁମାନ୍ ରାଇଟ୍ସ ୱାଚ୍‌ର ମହିଳା ଅଧିକାର ବିଭାଗର ସହଯୋଗୀ ନିର୍ଦ୍ଦେଶକ ହେଥର ବାର୍ କହିଛନ୍ତି, "ଏହା ଏକ ବିପଦପୂର୍ଣ୍ଣ ସତ୍ୟ ଯେ ମାନବିକ ସଙ୍କଟ ଲୋକମାନଙ୍କୁ ଅନେକ ଦିଗରେ ଦୁର୍ବଳ କରିଦିଏ ଏବଂ ଫଳସ୍ୱରୂପ ଯୌନ ହିଂସା ପ୍ରାୟତଃ ବୃଦ୍ଧି ପାଏ। ଏଦିଗରେ ତୁରନ୍ତ ପଦକ୍ଷେପ ଜରୁରୀ

ଆନ୍ତର୍ଜାତୀୟ ମାନବାଧିକାର ସଂଗଠନ କହିଛନ୍ତି ଯେ ସାହାଯ୍ୟ ପ୍ରଦାନ କରିବା ବାହାନାରେ ଯୌନ ନିର୍ଯାତନା ଏବଂ ଶୋଷଣର ରିପୋର୍ଟ ବିଷୟରେ ଅବଗତ ଅଛନ୍ତି। UNRWAକମ୍ୟୁନିକେସନ ଡାଇରେକ୍ଟର ଜୁଲିଏଟ୍ ଟୌମା କହିଛନ୍ତି ଯେ ଯୌନ ଶୋଷଣ ପ୍ରତି ଶୂନ୍ୟ-ସହିଷ୍ଣୁତା ନୀତି ରଖିଛି ଏଜେନ୍ସି ଏପରି ମାମଲାର ପ୍ରତ୍ୟେକ ରିପୋର୍ଟକୁ ଗମ୍ଭୀରତାର ସହିତ ନିଆଯିବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ