News7 Logo

ମରାଠା ସଂରକ୍ଷଣ ଆନ୍ଦୋଳନରେ ମନୋଜ ଜରାଙ୍ଗେଙ୍କ ବଡ଼ ଘୋଷଣା ; ଦାବି ଗ୍ରହଣ କଲେ ସରକାର, ଶେଷ ହେଲା ଅନଶନ

NEWS7
manoj jarange

ନୂଆଦିଲ୍ଲୀ ୦୩୦୯; ଦାବି ପୂରଣ ପାଇଁ ଶେଷରେ ଆନ୍ଦୋଳନ ସମାପ୍ତ ହୋଇଛି । ଆଖିରେ ଦେଖିବାକୁ ମିଳୁଛି ବିଜୟର ଲୁହ । ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ୫ ଦିନ ଧରି ଚଳାଇଥିବା ଅନଶନ ଶେଷ କରିଛନ୍ତି । ସରକାର ଦାବି ମାନିବା ପରେ ଆନ୍ଦୋଳନ ବନ୍ଦ ହୋଇଛି । ଏହି ସମୟରେ ଭାବବିହ୍ବଳ ହୋଇପଡିଥିଲେ ମନୋଜ ।

ଏନେଇ ସେ କହିଛନ୍ତି, ଆମର ବିଜୟ ହୋଇଛିଆଜି ଆମ ପାଇଁ ଦୀପାବଳି । ଆମେ ଯାହା ଚାହୁଁଥିଲୁ ଆମକୁ ମିଳିଛି । ଯଦି ସରକାର ସଂରକ୍ଷଣ ଦାବି ଉପରେ ଆଦେଶନାମା ଜାରି କରିଦିଅନ୍ତି ତେବେ ସେ ରାତିରେ ହିଁ ମୁମ୍ବାଇ ଛାଡ଼ି ଦେବେ ବୋଲି କହିଛନ୍ତି । ସରକାର ଦାବି ରଖିବାକୁ ରାଜି ହେବା ପରେ ସମସ୍ତ ଆନ୍ଦୋଳନକାରୀ ବାଣ ଫୁଠାଇ ଉତ୍ସବ ପାଳିଥିବା ଦେଖିବାକୁ ମିଳିଥିଲା ।

ଜରାଙ୍ଗେ ଅନଶନରେ ଦାବି ରଖିଥିଲେ ଯେ, ମରାଠା ସଂରକ୍ଷଣ ଆନ୍ଦୋଳନ ସହ ଜଡ଼ିତ ପ୍ରଦର୍ଶନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଉ, ଆନ୍ଦୋଳନବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁ ଏବଂ ସରକାର ୨ ମାସ ଭିତରେ ସରକାରୀ ଆଦେଶନାମା ଜାରି କରି କୁହନ୍ତୁ ଯେ ମରାଠା ଏବଂ କୁମ୍ଭୀ ଗୋଟିଏ ସମୁଦାୟର । ମହାରାଷ୍ଟ୍ର ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ ଜରାଙ୍ଗେଙ୍କୁ ଭେଟିଥିଲେ । ଜରାଙ୍ଗେଙ୍କ ଦାବି ଉପରେ ତାଙ୍କ ସହ ଚର୍ଚ୍ଚା କରିଥିଲେ। ବିକ୍ଷୋଭବେଳେ ମୃତକଙ୍କ ପରିବାରକୁ ଯୋଗ୍ୟତା ଆଧାରରେ ସରକାରୀ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପାଟିଲ କହିଛନ୍ତି ।