LIVE TV

ପ୍ରାର୍ଥୀ ଚୟନ ନେଇ ବିଜେପି ରାଜ୍ୟ ପ୍ରଭାରୀଙ୍କ ବୟାନ, ନିଷ୍ପତି ନେବ ସଂସଦୀୟ ବୋର୍ଡ

NEWS7
bjp

ଭୁବନେଶ୍ୱର ୧୦/୧୦: ନୂଆପଡ଼ା ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ତୋମାର କହିଛନ୍ତି ଏହାକୁ ନେଇ ବୈଠକ ହେଉଛି । ସହମତି ଅନୁସାରେ ବିଜେପି ପ୍ରାର୍ଥୀ ଚୟନ କରିବ । କୋର କମିଟି ବୈଠକ ବସିବ । ବିଜୟ ସମ୍ଭାବନା ଯାହାର ଅଧିକ ସେଭଳି ପ୍ରାର୍ଥୀ ଦିଆଯିବ । ପ୍ରାର୍ଥୀ ଚୟନ ନେଇ ପାର୍ଲ୍ୟାମେଣ୍ଟରୀ ବୋର୍ଡ ନିଷ୍ପତି ନେବ । ବହୁତ ଜଲଦି ଖୁସି ଖବର ମିଳିବ ବୋଲି ତୋମାର କହିଛନ୍ତି । 

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ  ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି ।  ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନୂଆପଡ଼ା ମଇଦାନକୁ ନୂଆ ଫେସ ଛାଡିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । 

​​​​​​​

ନୂଆପଡା ବିଜେପିର ପୁରୁଖା ଚେହେରା ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ବଦଳରେ ଏଥର ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ବିଜେପି ନୂଆପଡ଼ା ଚେହେରା କରିବ  ବୋଲି ଜୋର୍ ଧରିଛି ଚର୍ଚ୍ଚା । ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ ଅଛନ୍ତି । ନୂଆପଡ଼ା ଉପନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି  ମୁଖ୍ୟ ନିର୍ବାଚନ ଅଧିକାରୀ ।