LIVE TV

ସେପ୍ଟେମ୍ବରରେ ବଢ଼ିଲା ଗାଡ଼ି ରିଟେଲ ସେଲ୍, ଦୁଇଚକିଆରୁ ଚାରିଚକିଆ ବିକ୍ରିରେ ରେକର୍ଡ ବୃଦ୍ଧି

NEWS7
Vehicle retail sales increase in September

ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ଅଟୋ କମ୍ପାନି ଟାଟା ମୋଟର୍ସ ଏବଂ ମାରୁତି ସୁଜୁକୀ ସେପ୍ଟେମ୍ବର ମାସରେ ରିଟେଲ ବିକ୍ରିରେ ବାର୍ଷିକ ଆଧାରରେ ବୃଦ୍ଧି ରେକର୍ଡ କରିଛନ୍ତି। ସେହିଭଳି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଏବଂ ଟୋୟୋଟା କିର୍ଲୋସ୍କର ମୋଟରର ମାର୍କେଟ ସେୟାରରେ ହ୍ରାସ ଦେଖିବାକୁ ମିଳିଛି।

୨୦୨୫ ସେପ୍ଟେମ୍ବରରେ ମୋଟ ପାସେଞ୍ଜର ଗାଡ଼ିର ରିଟେଲ ସେଲ୍‌ ରହିଛି ୨,୯୯, ୩୬୯ ୟୁନିଟ୍‌। ଏହା ଗତ ବର୍ଷର ସମାନ ଅବଧିରେ ବିକ୍ରି ହୋଇଥିବା ୨,୮୨, ୯୪୫ ୟୁନିଟ୍ ତୁଳନାରେ ପ୍ରାୟ ୬% ଅଧିକ।

ତେବେ ରିପୋର୍ଟ ଅନୁସାରେ, ୨୦୨୫ରେ ଟାଟା ମୋଟର୍ସର ମାର୍କେଟ ସେୟାର ୧୩.୭୫% ବୃଦ୍ଧି ପାଇଛି। ଯାହା ଗତ ବର୍ଷ ସମାନ ମାସରେ,୧୧.୫୨% ରହିଥିଲା। ସେହିଭଳି ମାରୁତି ସୁଜୁକି ଇଣ୍ଡିଆ, ସେପ୍ଟେମ୍ବରରେ ୧,୨୩,୨୪୨ ୟୁନିଟ୍ ବିକ୍ରି କରି ନିଜର ମାର୍କେଟ ସେୟାରକୁ ୪୧.୧୭% ବୃଦ୍ଧି କରିଛି। ଯାହା ୨୦୨୪ ସେପ୍ଟେମ୍ବରରେ ୪୦.୮୩% ରହିଥିଲା।

ଅନ୍ୟ କମ୍ପାନୀଗୁଡ଼ିକର ପ୍ରଦର୍ଶନ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍ ଆଣ୍ଡ ଏମ୍): ସେପ୍ଟେମ୍ବରରେ ୩୭,୬୫୯ ୟୁନିଟ୍ ବିକ୍ରି ସହ କମ୍ପାନିର ମାର୍କେଟ ସେୟାର ୧୨.୫୮% ହୋଇଛି, ଯାହା ଗତ ବର୍ଷ ସମାନ ସମୟରେ ୧୨.୬୭% ଥିଲା।

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ: କମ୍ପାନିର ବିକ୍ରୟ ହ୍ରାସ ପାଇ ୩୫,୮୧୨ ୟୁନିଟ୍ ହୋଇଛି। ଏହା ସହ କମ୍ପାନିର ମାର୍କେଟ ସେୟାର ୧୧.୯୬% ରହିଚି। ଯାହା ସେପ୍ଟେମ୍ବର ୨୦୨୪ରେ ୧୩.୭୨% ଥିଲା।

ଟୋୟୋଟା କିର୍ଲୋସ୍କର ମୋଟର: କମ୍ପାନିର ମାର୍କେଟ ସେୟାର ଗତ ବର୍ଷ ଥିବା ୭.୩୫% ତୁଳନାରେ ୬.୭୮%କୁ ହ୍ରାସ ପାଇଛି। କମ୍ପାନି ଏଥର ୨୦, ୩୦୩ ୟୁନିଟ୍ ବିକ୍ରି କରିଛି।

କିଆ ଇଣ୍ଡିଆ: ସେପ୍ଟେମ୍ବର ୨୦୨୫ରେ କମ୍ପାନିର ୧୬, ୭୨୭ ୟୁନିଟ୍ ବିକ୍ରି ସହ ମାର୍କେଟ ସେୟାର ୬.୭% ରହିଛି। ଯାହା ଗତ ବର୍ଷ ୬.୮୦% ଥିଲା।

ଦୁଇଚକିଆ ଯାନ ବିକ୍ରୟରେ ମଧ୍ୟ ବୃଦ୍ଧି

ସେପ୍ଟେମ୍ବର ୨୦୨୫ରେ ଦୁଇଚକିଆ ଯାନର ମୋଟ ଖୁଚୁରା ବିକ୍ରୟ ୧୨,୮୭, ୭୩୫ ୟୁନିଟ୍ ରହିଛି। ଯାହା  ଗତ ବର୍ଷ ବିକ୍ରି ହୋଇଥିବା ୧୨, ୦୮, ୯୯୬ ୟୁନିଟ୍ ତୁଳନାରେ ୬.୫% ଅଧିକ।

ତେବେ ଦୁଇଚକିଆ ଯାନ ବିକ୍ରିରେ ହିରୋ ମୋଟୋକର୍ପର ସେୟାର ଗତ ବର୍ଷ ୨୨.୪୮% ତୁଳନାରେ ୨୫.୧୦%କୁ ବୃଦ୍ଧି ପାଇଛି। କମ୍ପାନି ସେପ୍ଟେମ୍ବର ୨୦୨୫ରେ ୩,୨୩,୨୬୮ ୟୁନିଟ୍ ବିକ୍ରି କରିଛି। ଯାହା ଗତ ବର୍ଷ ୨,୭୧,୮୨୦ ୟୁନିଟ୍ ଥିଲା।

ସେହିଭଳି ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆର ମାର୍କେଟ ସେୟାର ଗତ ବର୍ଷ ୨୭.୭%ରୁ ହ୍ରାସ ପାଇ ୨୫.୦୫%କୁ ହ୍ରାସ ପାଇଛି। ଟିଭିଏସ ମୋଟର କମ୍ପାନିର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ଗତ ବର୍ଷ କମ୍ପାନିର ରିଟେଲ ସେଲ ୧୮.୩୬% ଥିଲା ତୁଳନାରେ ଯାହା ଏବର୍ଷ ସେପ୍ଟେମ୍ବରରେ ୧୯.୧୧% ରହିଛି।