News7 Logo

ଭାରତ-ପାକିସ୍ତାନ ମ୍ୟାଚ୍ ବିରୋଧରେ ଉଦ୍ଧବ ଗୋଷ୍ଠୀଙ୍କ ‘ସିନ୍ଦୂର ବଞ୍ଚାଅ ଆନ୍ଦୋଳନ’ ରବିବାର

NEWS7
Udhab

ମୁମ୍ବାଇ ୧୩।୯: ଏସିୟା କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ଦେଶରେ ବିବାଦ ବଢିବାରେ ଲାଗିଛି। ବିରୋଧୀ ଦଳ ଏହି ମ୍ୟାଚ୍ କୁ ନେଇ ଲଗାତାର କେନ୍ଦ୍ର ସରକାରଙ୍କୁ ଚାର୍ଗେଟ୍ କରୁଛନ୍ତି। ଏହି କ୍ରମରେ ଶିବସେନା (ଯୁବିଟି) ୧୪ ସେପ୍ଟେମ୍ବର ରବିବାର ପୁରା ମହାରାଷ୍ଟ୍ରରେ ସିନ୍ଦୂର ରକ୍ଷା ଅଭିଯାନ ଘୋଷଣା କରିଛି। ସୂଚନା ଅନୁସାରେ ଭାରତ-ପାକିସ୍ତାନ ଏସିୟା କପ୍ ମ୍ୟାଚ୍ ବିରୋଧରେ ଶିବସେନା ୟୁବିଟି  ରବିବାର ବଡ଼ ଆନ୍ଦୋଳନ କରିବ।

କାର୍ଯ୍ୟକ୍ରମ ଅନୁସାରେ ଶିବସେନା ୟୁବିଟି  ମହିଳା କାର୍ଯ୍ୟକର୍ତ୍ତାମାନେ ସଡ଼କକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିନ୍ଦୂର ପଠାଇବେ। ଏଥିରେ ସିନ୍ଦୂର ରକ୍ଷା କର ମୋଦି ବୋଲି ଉଲ୍ଲେଖ ରହିବ। ଏ ନେଇ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଶନିବାର ମାତୋଶ୍ରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଓ ବିସିସିଆଇ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ପଟେ ପାକିସ୍ତାନ ଆମ ସୈନିକ ଓ ନାଗରିକଙ୍କ ରକ୍ତ ବୁହାଉଛି ଅନ୍ୟପଟେ ସରକାର ତା ସହ କ୍ରିକେଟ ଖେଳୁଛନ୍ତି। ଉଦ୍ଧବ କହିଛନ୍ତି ଏହା ପହଲଗାମରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅପମାନ।

ଠାକରେ ଘୋଷଣା କରିଛନ୍ତି ଯେ ତାଙ୍କ ପାର୍ଟି ୧୪ ସେପ୍ଟେମ୍ବର ରବିବାର ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଆନ୍ଦୋଳନ କରିବ। ‘ନୋ କ୍ରିକେଟ ୱିଥ ପାକସ୍ତାନ ଫାଷ୍ଟ’ ସ୍ଲୋଗାନ ସହିତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ତଥା ପ୍ରଭାବଶାଳୀ ଆନ୍ଦୋଳନ କରାଯିବ। ‘ହରଘର ସିନ୍ଦୂର’ ଅଭିଯାନରେ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କୁ ସିନ୍ଦୂର ପଠାଇ ସେମାନଙ୍କ ବିରୋଧ ପ୍ରଦର୍ଶନ କରିବେ। ୧୪ ସେପ୍ଟେମ୍ବର ରବିବାର ପୂର୍ବାହ୍ନ ୧୦ଟା ବେଳେ ରିକ୍ସା ଷ୍ଟାଣ୍ଡ, ବସନ୍ତ ସାଗର କମ୍ପ୍ଲେକ୍ସ ଗେଟ୍ କାଣ୍ଡିଭିଲ୍ଲୀ (ପୂର୍ବ) ମୁମ୍ବାଇରୁ ଆରମ୍ଭ ହେବ। ତେବେ ଶିବସେନା ୟୁବିଟିର ଆନ୍ଦୋଳନକୁ ଏକନାଥ ସିନ୍ଦେଙ୍କ ଶିବସେନା ବିରୋଧ କରିଛି।

ଶିବସେନା ସାଂସଦ ନରେଶ ମହସ୍କେ କହିଛନ୍ତି ଯେ ଉଦ୍ଧବଙ୍କ ପାର୍ଟିକୁ ଭାରତ-ପାକିସ୍ତାନ ମ୍ୟାଚ୍ କୁ ବିରୋଧ କରିବାର ନୈତିକ ଅଧିକାର ନାହିଁ। ସେ କହିଛନ୍ତି ଅପରେସନ ସିନ୍ଦୂର ଉପରକୁ ଟେକା ପକାଇଥିବା ଲୋକଙ୍କୁ ସିନ୍ଦୂର ଚିନ୍ତା କରିବା ଉଚିତ ନୁହେଁ। ଯେଉଁ ଲୋକେ ଅପରେସନ ସିନ୍ଦୂର ଉପରେ ସନ୍ଦେହ କରନ୍ତି, ଯେଉଁମାନେ ଦେଶର ସେନା ଦ୍ୱାରା ପ୍ରଦର୍ଶିତ ସୌର୍ଯ୍ୟକୁ ସନ୍ଦେହ କରନ୍ତି ସେମାନଙ୍କର ସିନ୍ଦୂରକୁ ନେଇ କିଛି କହିବାର ନୈତିକ ଅଧିକାର ନାହିଁ।