LIVE TV

ଆଧାର ଅପଡେଟ୍ କରିବା ହେଲା ମହଙ୍ଗା: ୨୫ ଟଙ୍କା ବଢାଇଲା ୟୁଆଇଡିଏଆଇ

NEWS7
aadhaar update charges Hiked:


ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଧାର ଅପଡେଟ୍ ଶୁଳ୍କରେ ୨୫ ଟଙ୍କା ବୃଦ୍ଧି କରିଛି। ଅକ୍ଟୋବର ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏହା ୩୦ ସେପ୍ଟେମ୍ବର ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ତା'ପରେ ଏକ ସମୀକ୍ଷା କରାଯିବ ଏବଂ ଶୁଳ୍କ ଅକ୍ଟୋବର ୨୦୨୮ ରୁ ୩୦ ସେପ୍ଟେମ୍ବର ୨୦୩୧ ପର୍ଯ୍ୟନ୍ତ ସଂଶୋଧନ କରାଯିବ।

ନୂତନ ହାର ଅନୁଯାୟୀ, ନୂଆ ଆଧାର କାର୍ଡ ବନାଇବା ସମସ୍ତଙ୍କ ପାଇଁ ମାଗଣା ହେବ, କିନ୍ତୁ ଏଥିରେ ନାଁ, ଠିକଣା ଏବଂ ଡକ୍ୟୁମେଣ୍ଟ ବଦଳାଇଲେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ପୂର୍ବରୁ ୫୦ ନିଆଯାଉଥିଲା ଏବେ ୭୫ ଟଙ୍କା ଦିଆଯିବ। ସେହିପରି ବାୟୋମେଟ୍ରିକ୍ ଅପଡେଟ୍ ଭଳି ସେବା ପାଇଁ ୧୦୦ ବଦଳରେ ୧୨୫ ଟଙ୍କା ଦେବାକୁ ପଡ଼ିବ। ତେବେ ପିଲାମାନଙ୍କ ଆଧାର କାର୍ଡ ଅପଡେଟ୍ କରିବା ସମ୍ପୂର୍ଣ୍ଣ ମାଗଣା ହେବ।

ବାୟୋମେଟ୍ରିକ୍ ଏବଂ ଡେମୋଗ୍ରାଫିକ୍ ଅପଡେଟ୍

୫-୭ ବର୍ଷ ବୟସର ପିଲା ଏବଂ ୧୫-୧୭ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ମାଗଣା ହେବ। ସେହିପରି ୭-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଅପଡେଟ୍ ମଧ୍ୟ ମାଗଣା ରହିବ। ଅନ୍ୟାନ୍ୟ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ୧୨୫ ଟଙ୍କା ଦେବାକୁ ପଡ଼ିବ। ଯଦି ନାଁ, ଲିଙ୍ଗ, ଜନ୍ମ ତାରିଖ, ଠିକଣା, କିମ୍ବା ଯୋଗାଯୋଗ ବିବରଣୀ ଭଳି ଜନସଂଖ୍ୟାଗତ ଅପଡେଟ୍ ବାୟୋମେଟ୍ରିକ୍ ଅପଡେଟ୍ ସହିତ କରାଯାଏ, ତେବେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତଥାପି, କେବଳ ଡେମୋଗ୍ରାଫିକ ବା ଜନସଂଖ୍ୟାଗତ ଅପଡେଟ୍ ପାଇଁ ଉପଭୋକ୍ତାଙ୍କୁ ବର୍ଦ୍ଧିତ ରାଶି ୭୫ ଟଙ୍କା ଦେବାକୁ ପଡ଼ିବ। ଯାହା ପୂର୍ବରୁ ୫୦ ଟଙ୍କା ଥିଲା।

myAadhaar ପୋର୍ଟାଲ୍ ମାଧ୍ୟମରେ ପରିଚୟ ଏବଂ ଠିକଣା ଡକ୍ୟୁମେଣ୍ଟ ଅପଡେଟ୍ କରିବା ୧୪ ଜୁନ୍, ୨୦୨୬ ପର୍ଯ୍ୟନ୍ତ ମାଗଣା ରହିବ। କିନ୍ତୁ ଏନରୋଲମେଣ୍ଟ  ସେଣ୍ଟରରେ ଏହି ଅପଡେଟ୍ ପାଇଁ ୭୫ ଟଙ୍କା ଖର୍ଚ୍ଚ ହେବ। ୧ ଅକ୍ଟୋବର, ୨୦୨୮ ଠାରୁ ୭୫ ଟଙ୍କିଆ ସର୍ଭିସ୍‌ର ମୂଲ୍ୟ ବଢାଇ ୯୦ ଟଙ୍କା କରିଦିଆଯିବ ଓ ୧୨୫ ଟଙ୍କିଆ ସର୍ଭିସ୍‌ର ମୂଲ୍ୟ ୧୫୦ ଟଙ୍କା ହେବ

ହୋମ ଏନରୋଲମେଣ୍ଟ ସର୍ଭିସ୍ ଫି ୭୦୦ ଟଙ୍କା

ହୋମ୍ ଏନରୋଲମେଣ୍ଟ ସେବା ପାଇଁ UIDAI ଫିସ୍ ଜିଏସ୍‌ଟି ସହିତ ୭୦୦ ଟଙ୍କା ରଖାଯାଇଛି। ଯଦି ଅଧିକ ଲୋକ ସମାନ ଠିକଣାରେ ସୂଚନା ଅପଡେଟ୍ କରୁଛନ୍ତି, ତେବେ ପ୍ରଥମ ବ୍ୟକ୍ତିଙ୍କୁ ୭୦୦ ଟଙ୍କା ଓ ବାକି ଲୋକଙ୍କୁ ବ୍ୟକ୍ତି ପ୍ରତି ୩୫୦ ଟଙ୍କା ଦେବାକୁ ପଡିବ। ଏଥିସହିତ ଷ୍ଟାଣ୍ଡାର୍ଡ ଅପଡେଟ୍ ଫିସ ଦେବାକୁ ପଡିପାରେ।  ଯେପରିକି ଡେମୋଗ୍ରାଫିକ୍ ଅପଡେଟ୍ ପାଇଁ ୭୫ ଟଙ୍କା ଦେବାକୁ ପଡ଼ିଛି ସେମିତି।

ହୋମ ଏନରୋଲମେଣ୍ଟ ସର୍ଭିସ୍‌ରେ ୟୁଆଇଡିଏଆଇ କର୍ମଚାରୀମାନେ ଆଧାର ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ଘରକୁ ଯାଇଥାନ୍ତି। ଏହି ସେବା ବିଶେଷ ଭାବରେ ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ସେଣ୍ଟରକୁ ଯାଇପାରିବେ ନାହିଁ। ଯେପରିକି ବୟସ୍କ ବ୍ୟକ୍ତି ଓ ରୋଗୀ କିମ୍ବା ଯା-ଆସ କରିପାରୁ ନଥିବା ବ୍ୟକ୍ତି।