କଟକ ୧୦୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲା ଲିଙ୍କ୍‌ରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍‌' କୋଚିଂ ସେଣ୍ଟରର ୩ ଅଧିକାରୀ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ 'ବଣିକ୍‌'ର ୩ ଅଧିକାରୀ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ‘ବଣିକ୍’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ‘ବଣିକ୍’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୯ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଭିତରେ ରହିଛନ୍ତି ୧୧୪ ଜଣ ଏସ୍‌ଆଇ ଚାକିରି ଆଶାୟୀ ଏମାନଙ୍କ ମଧ୍ୟରୁ ୧୦ ଜଣ ‘ବଣିକ୍’ କୋଚିଂ ସେଣ୍ଟରରେ ପଢ଼ୁଥିଲେ କୋଚିଂ ସେଣ୍ଟର କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଭୁବନେଶ୍ବରରେ ଥିବା ଏହି ସେଣ୍ଟରର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ଅନ୍ୟ ଦଲାଲ ମାନଙ୍କ ସହ ‘ବଣିକ୍’ର କ’ଣ ସମ୍ପର୍କ ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ

‘ବଣିକ୍’ର ମାଲିକ ସୁବ୍ରତ ଛାଟୋଇ ଏବଂ ଏହି ପରୀକ୍ଷା ସ୍କାମ୍‌ରେ ଫେରାର ଥିବା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ମଧ୍ୟରେ କୌଣସି ଲିଙ୍କ୍ ଅଛି କି ନାହିଁ ତା’ର ମଧ୍ୟ ଖୋଳତାଡ଼ କରାଯାଉଛି ଏମିତିରେ ‘ବଣିକ୍’ କୋଚିଂ ସେଣ୍ଟର ମାଲିକ ସୁବ୍ରତ ଛାଟୋଇ କହିଥିଲେ ଯେ, ରାଜନୀତି ପାଇଁ ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ‘ବଣିକ୍’କୁ ବଦନାମ୍ କରାନଯାଉ ‘ବଣିକ୍’ରୁ କୋଚିଂ ନେଇ ଅନେକ ପିଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ କରୁଛନ୍ତି ସେମାନେ ଏଭଳି ଅପପ୍ରଚାର ଦ୍ବାରା ନିଜକୁ ଅପମାନିତ ଅନୁଭବ କରୁଛନ୍ତି   ‘ବଣିକ୍’ର ୮ଟି ସେଣ୍ଟରରେ ୮ହଜାରରୁ ଅଧିକ ପିଲା ପଢ଼ୁଛନ୍ତି ଯେଉଁ ୧୧୪ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ‘ବଣିକ୍’ରେ ୬ ଜଣ କୋଚିଂ ନେଉଥିଲେ ତାହା ପୁଣି ୨୦୨୧-୨୨ରେ  ସ୍‌ଆଇ ନିଯୁକ୍ତି ପରୀକ୍ଷା ରାକେଟରେ ତଳ ଦଲାଲଙ୍କୁ ଧରିଲେ ହେବ ନାହିଁ, ବଡ଼ ମାଛ ଧରନ୍ତୁ ପୂର୍ବରୁ କେନ୍ଦ୍ରୀୟ GST ଓ ଆୟକର ବିଭାଗ ରେଡ୍‌ କରିଥିଲେ କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ କିଛି ମିଳିନାହିଁ ବୋଲି ସୁବ୍ରତ ଛାଟୋଇ କହିଥିଲେ