News7 Logo

ବଜାରରେ ଏଣ୍ଟ୍ରି କଲା ହୋଣ୍ଡାର ଏହି ଦୁଇ ନୂଆ ବାଇକ୍, ଆକର୍ଷଣୀୟ ଲୁକ୍ ସହ ରହିଛି ଲାଟେଷ୍ଟ ଫିଚର

NEWS7
Bike

କଟକ ୬୯: ବାଇକ୍ ମାର୍କେଟରେ ପ୍ରବେଶ କରିଛି ହୋଣ୍ଡା ସିବି ୧୨୫ ଅରନେଷ୍ଟ ଏବଂ ହଣ୍ଡ୍ରେଡ଼ ସିସି ସେଗମେଣ୍ଟର ନୂଆ ମଡେଲ ସାଇନ ୧୦୦ ଡ଼ିଏକ୍ସ । ଶନିବାର ଆନୁଷ୍ଠାନିକ ଭାବେ ଏହି ୨ଟି ବାଇକ୍‌ର ବଜାର ଏଣ୍ଟ୍ରି ହୋଇଛି । ସିବି ୧୨୫ ମଡେଲ ଯେତିକି ଷ୍ଟାଇଲିଷ୍ଟ ହୋଇଛି ସେତିକି ଷ୍ଟ୍ରଙ୍ଗ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଲାଟେଷ୍ଟ ଫିଚର ଆକାରରେ ଅଟୋମେଟିକ୍ ଡିସ୍‌ପ୍ଲେ, ମୋବାଇଲ୍ ଚାର୍ଜିଙ୍ଗ ପଏଣ୍ଟ, ବ୍ଲୁଟୁଥ୍ ଭଳି ସୁବିଧା ଏହି ବାଇକ୍‌ରେ ଅଛି । ସେହିଭଳି ସାଇନ ୧୦୦ ଡ଼ିଏକ୍ସ, ବେଷ୍ଟ ମାଇଲେଜ ପାଇଁ ପରିଚିତ । ଏହି ମଡେଲ ମାଇଲେଜ ଦୃଷ୍ଟିରୁ ଖୁବ୍‌ ଭଲ ଏବଂ ବାଇକର ପାଇଁ ଅଧିକ ସ୍ପେସ୍ ମଧ୍ୟ ଏହି ମଡେଲ ଦେଇଛି ।