LIVE TV

ବଲିଉଡ୍‌ ଏଣ୍ଟ୍ରି କରିବେ ସିଡନୀ ସ୍ଵିନି, ମିଳିଲା ୫୦୦ କୋଟିର ଫିଲ୍ମ ଅଫର

NEWS7
Sydney

ନୂଆଦିଲ୍ଲୀ ୨୦।୦୯;  ହଲିଉଡ୍ ଷ୍ଟାର ସିଡନୀ ସ୍ୱିନି ଖୁବ୍ ଶୀଘ୍ର ବଲିଉଡରେ ପାଦ ଥାପି ପାରନ୍ତି। ସେ ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏରେ କାମ କରିବାକୁ ସୁଯୋଗ ମିଳିପାରେ । ରିପୋର୍ଟ ଅନୁଯାୟୀ, ଏକ ପ୍ରଯୋଜନା ସଂସ୍ଥା ସିଡନୀଙ୍କୁ ପ୍ରାୟ ୫୩୦ କୋଟିରୁ ଅଧିକର ଅଫର ଦେଇଛନ୍ତି । ଏହି ଡିଲରେ ପ୍ରାୟ ୪୧୫ କୋଟି ଫିସ୍ ଏବଂ ପ୍ରାୟ ୧୧୫ କୋଟି ପ୍ରଯୋଜନା ଚୁକ୍ତି ଅନ୍ତର୍ଭୁକ୍ତ। ନିର୍ମାତାମାନେ ଫିଲ୍ମକୁ ଅନ୍ତର୍ଜାତୀୟ ବଜାରରେ ଏକ ବଡ଼ ସଫଳତା ଦେବା ପାଇଁ ସିଡନୀ ସ୍ୱିନିଙ୍କ ଷ୍ଟାର ପାୱାରକୁ ବ୍ୟବହାର କରିବାକୁ ଭାବୁଛନ୍ତି

ଏହି ଫିଲ୍ମଟି ଜଣେ ଯୁବ ଆମେରିକୀୟ ଷ୍ଟାରଙ୍କ ଚାରିପାଖରେ ଘୂରି ବୁଲୁଛି।  ଯିଏ ଜଣେ ଭାରତୀୟ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଯାଆନ୍ତି। ୨୦୨୬ର ପ୍ରାରମ୍ଭରେ ନ୍ୟୁୟର୍କ, ପ୍ୟାରିସ, ଲଣ୍ଡନ ଏବଂ ଦୁବାଇ ଭଳି ସହରରେ ସୁଟିଂ ହେବାର ଆଶା କରାଯାଉଛି। ରିପୋର୍ଟରେ କୁହାଯାଇଛି "ସିଡନି ଏହି ପ୍ରସ୍ତାବ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ୫୩୦ କୋଟି ବଡ଼ ଅର୍ଥରାଶି । ଏହି ପ୍ରୋଜେକ୍ଟଟି ବହୁତ ଆକର୍ଷଣୀୟ ଏବଂ ତାଙ୍କର ବିଶ୍ୱସ୍ତରୀୟ ପରିଚୟକୁ ଆହୁରି ବୃଦ୍ଧି କରିପାରିବ।

ରିପୋର୍ଟରେ ଆହୁରି କୁହାଯାଇଛି ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ, କିନ୍ତୁ ଏହା ସିଡନୀଙ୍କ ପାଇଁ ଏକ ବଡ଼ ସୁଯୋଗ। ସେ ତାଙ୍କର ଅପସନ ଗୁଡ଼ିକୁ ସାବଧାନତାର ସହ ବିଚାର କରୁଛନ୍ତି। ସିଡ୍‌ନୀଙ୍କ ପ୍ରତିନିଧିମାନେ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି କ୍ରିଷ୍ଟୀଏଥିରେ ସେ ଜଣେ ଆମେରିକୀୟ ପ୍ରୋ-ଫାଇଟର୍‌ ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମଟି ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ କରିବ ।