News7 Logo

ସାର କଳାବଜାରୀ ହେଉଥିବା ମାନିଲେ ମନ୍ତ୍ରୀ, ଜାଣିଶୁଣି କିଛି ଲୋକ କଳାବଜାରୀ କରୁଛନ୍ତି

NEWS7
fertilizer

ଭୁବନେଶ୍ବର ୧୮।୯: ରାଜ୍ୟରେ ସାର କଳାବଜାରୀ ହେଉଥିବା ମାନିଲେ ବିଭାଗୀୟ ମନ୍ତ୍ରୀ । ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଅଛି । ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ । କିନ୍ତୁ କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅନେକ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।