LIVE TV

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଆଗକୁ ଆଇନ ଶୃଙ୍ଖଳା ଠିକ୍ ନହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

NEWS7
Congress

ଭୁବନେଶ୍ବର ୭।୧୦: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଆଗକୁ ଆଇନ ଶୃଙ୍ଖଳା ଠିକ୍ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ କଂଗ୍ରେସ । ଆଇନ ବୋଲି କିଛି ନାହିଁ ବୋଲି ମନେ ହେଉଛି । ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଏଭଳି କହିଛନ୍ତି କଂଗ୍ରେସ ନେତା । କେହି ସୁରକ୍ଷିତ ନାହାନ୍ତି, ନାରୀ ସୁରକ୍ଷା ଆଦୌ ନାହିଁ । ସୋମବାରର ବ୍ରହ୍ମପୁର ଘଟଣା, କଟକ ଘଟଣା ଓ ଅନେକ ଘଟଣା ଦେଖିଲେ ମନେ ହେଉଛି ଏ ସରକାରରେ କେହି କାହାକୁ ମାନୁନାହାନ୍ତି । ଯେଉଁଠି ଡିସିପି ମାଡ଼ ଖାଉଛନ୍ତି ସେଠି ପରିସ୍ଥିତି କ’ଣ ଆପଣ ବୁଝିପାରୁଥିବେ ।

ତେଣୁ ପୋଲିସ ଡିଜି ଗୋଟେ ଭଲ ଟିମ୍ ତିଆରି କରନ୍ତୁ ବୋଲି ପରାମର୍ଶ ଦେଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ନ ଶୋଇ ଚେଇଁ ରହିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କୁ ଯଦି ଫ୍ରିଡମ୍ ମିଳୁନି ତେବେ ସିଏ ପଦରୁ ଓହରିଯିବ କଥା । ବିଜେଡି ସରକାର ସମୟରେ ଜଣେ କ୍ୟାବିନେଟ୍ ମିନିଷ୍ଟର ନବ ଦାସଙ୍କୁ ହତ୍ୟା କରାଗଲା । ତେଣୁ ବିଜେଡି ହେଉ କି ବିଜେପି ସରକାର ଚଳାଇ ପାରୁନାହାନ୍ତି । ସେପଟେ ପୋଲିସ ଡିଜି ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ । ଆଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।