News7 Logo

ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ, ମୃତ ମା’କୁ ମେଡିକାଲରେ ଛାଡି ଫେରାର

NEWS7
Sundargarh

ସୁନ୍ଦରଗଡ଼ ୭୯: ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ । ସୁନ୍ଦରଗଡ଼ ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗାଁରେ ହତ୍ୟାକାଣ୍ଡ । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ମା’ଙ୍କୁ ଠେଙ୍ଗାରେ ନିର୍ଧୁମ ମାଡ ମାରିଥିଲା ପୁଅ । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ମା’କୁ ହେମଗିରି ମେଡିକାଲ ଆଣିଥିଲା ଅଭିଯୁକ୍ତ ପୁଅ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ ବଳିନ୍ଦ୍ର ମୃତ ମା’କୁ ମେଡିକାଲରେ ଛାଡି ଫେରାର ମାରିଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ଫେରାର ପୁଅକୁ ଧରିବା ପାଇଁ ଛାନଭିନ ଚଳାଇଛି।