News7 Logo

ଆରମ୍ଭ ହୋଇଛି ପାର୍ବଣ, ଶକ୍ତି ଓ ଦେବୀ ପୀଠରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା

NEWS7
Shodasa upachara puja

ଟାଙ୍ଗୀ ୧୪।୯: ଆଜି ଠାରୁ ବିଭିନ୍ନ ଶକ୍ତି ପୀଠ ଓ ଦେବୀ ପୀଠ ମାନଙ୍କରେ ଦୁର୍ଗା ଉତ୍ସବ ପାଇଁ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁରର ମା' ଭଗବତୀ ମନ୍ଦିର, ଭୁଷଣ୍ଡପୁରର ମା' ଉଗ୍ରତାରା ମନ୍ଦିର, ଟାଙ୍ଗୀ ଗ୍ରାମର ମା' ଚଣ୍ଡୀ ମନ୍ଦିର ଓ ମା' ମଙ୍ଗଳା ମନ୍ଦିରରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ଦୁର୍ଗାତ୍ସୋବ ନିମିତ୍ତ ଆଜି ଠାରୁ ଶହସ୍ତ୍ର କୁମ୍ଭ ବରଣ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ପୁରପଲ୍ଲୀର ସମସ୍ତ ଦେବୀ ପୀଠ ଓ ଶକ୍ତି ପୀଠ ମାନଙ୍କରେ ଏହି ପୂଜା କରାଯାଏ । ତେଣୁ ପ୍ରତ୍ୟେକ ଦେବୀ ପୀଠ ମାନଙ୍କରେ ଭକ୍ତମାନଙ୍କ ଗହଳି ଚହଳି ଦେଖିବାକୁ ମିଳିଥାଏ । ଜଗତଜନନୀ ମା' ଦୁର୍ଗା ଧରାବତରଣ କରିଥାନ୍ତି ତେଣୁ ଦୁର୍ଗାତ୍ସୋବ ପାଳନ ପାଇଁ ଆଜି ଠାରୁ ୧୬ଦିନ ବ୍ୟାପୀ ଦେବୀ ମା' ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମାନସିକଧାରୀ ମା'ଙ୍କର ଆଶିଷ ପାଇବା ପାଇଁ ବ୍ରତ ପାଳନ କରିଥାନ୍ତି ।