News7 Logo

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ : ସ୍କୁଲ ଗେଟ୍‌ରେ ପଡ଼ିଲା ତାଲା, ବାହାରେ ପିଲା

NEWS7
School

ଭଦ୍ରକ ୨: ସ୍କୁଲ ଗେଟ୍‌ରେ ତାଲା, ବାହାରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ଅଧିନ ଭାଟପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏମିତି ସ୍ଥିତି ଦେଖିବା ପାଇଁ ମିଳିଛି । ଶିକ୍ଷୟିତ୍ରୀଙ୍କ ବଦଳି ଯୋଗୁଁ ସ୍କୁଲ ଗେଟ୍‌ରେ ପଡିଛି ତାଲା ।

ସ୍କୁଲ କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ୮୭ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ । କିଛି ମାସ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତି ପରେ ସଂଖ୍ୟା ୪ରେ ପହଞ୍ଚିଥିଲା । ତେବେ ପୁଣି ଶିକ୍ଷୟିତ୍ରୀଙ୍କ ହଠାତ୍ ବଦଳି ହୋଇଯାଇଛି । ତେଣୁ ଏହି ବଦଳିକୁ ବିରୋଧ କରି ଅଭିଭାବକ ମାନେ ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ । ତେବେ ଭାଟପଡ଼ା ସରପଞ୍ଚ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ମାସେ ମଧ୍ୟରେ ସ୍କୁଲରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି ବୋଲି ସରପଞ୍ଚ କହିଛନ୍ତି ।