News7 Logo

୩ ବିଭାଗକୁ ତଥ୍ୟ ମଗାଯାଇଛି, ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ନେଇ ହେବ ଆଲୋଚନା

NEWS7
Subhadra Yojana

ଭୁବନେଶ୍ବର ୯୯: ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ୩ ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମାଗ ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା ।

 

ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜିକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତିନି ବିଭାଗ ରିପୋର୍ଟ ଆଧାରରେ ବୁଧବାର ବସିବ ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡିବା ନେଇ ନିଷ୍ପତ୍ତି ହୋଇପାରେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।