News7 Logo

ବର୍ଷାଦିନେ ପିଇବାକୁ ମିଳୁନି ମୁନ୍ଦାଏ ପାଣି, ତାତିଲେ ଲୋକେ, ମୁଖ୍ୟ ରାସ୍ତା ଅବରୋଧ

NEWS7
water protest

ବରଗଡ଼ ୧୬/୦୯ : ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଆନ୍ଦୋଳନ । ପଦ୍ମପୁର-ପାଟଣାଗଡ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପଟେ ଅଟକି ରହିଛି ଗାଡ଼ି । ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରଜାପଡା ଠାରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି ସାଧାରଣ ଜନତା ।

୧୧ଟି ୱାର୍ଡ ବିଶିଷ୍ଟ ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ତିନି ଦିନ ହେଲା ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି ପଦ୍ମପୁର ସହରର ରଜାପଡା ବାସୀ । ଫଳରେ ଏହାର ପ୍ରତିବାଦରେ ଆଜି ଟାୟାର ଜାଳି, ଗରା ମାଠିଆ ରଖି ପ୍ରତିବାଦ କରିଛନ୍ତି ଲୋକ ।

ସୂଚନା ଥାଉକି, ଦୀର୍ଘ ୩ ଦିନ ହେବ ପିଇବା ପାଣି ସମସ୍ୟା ନେଇ ହନ୍ତସନ୍ତ । ଫଳରେ ବାଧ୍ୟହୋଇ ରଜାପଡା ଲୋକେ ବାଲଟି ଗରିଆ ରଖି ରାସ୍ତାରୋକ କରିଛନ୍ତି । ରାସ୍ତାରେ ଓ ଟାୟାର ଜାଳି ପାଣି ନମିଳିବା ଯାଏ ହଟିବୁ ନାହିଁ ବୋଲି ଦାବି କରିଛନ୍ତି । ଫଳରେ ରାସ୍ତାରେ ଗାଡ଼ି ମୋଟର ଯାମ ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରୁଛି ହେଲେ ପାଣି ନମିଳିବା ଯାଏ ରାସ୍ତାରୁ ହଟିବୁ ନାହୁଁ ବୋଲି ଲୋକେ ଜିଦରେ ଅଡ଼ି ବସିଛନ୍ତି ।