ଆଠଗଡ ୧୯।୯: ବହୁଚର୍ଚ୍ଚିତ କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା ଅଭିଯୁକ୍ତ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାରେ ଖୁଣ୍ଟୁଣୀ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରି ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ୍ ଖୁଣ୍ଟିଣୀ ଥାନା ଅଧିକାରୀଙ୍କୁ କେସ୍ ରିଓପନ ପାଇଁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କନଷ୍ଟେବଳ ଶୁଭମିତ୍ରା ସାହୁ ମୃତ୍ୟୁ ପରେ ସାମ୍ନାକୁ ଆସୁଛି ନାନା ରୋଚକ ତଥ୍ୟ । କ୍ରାଇମ୍ ମାଷ୍ଟର ପାଲଟିଥିବା ଦୀପକ ରାଉତର ଏତଲା ଏବେ ସାମ୍ନାକୁ ଆସିଛି । ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଥିଲେ ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ବ ନିରୀକ୍ଷକ । ଯାହାଙ୍କୁ ୨୦୧୮, ଏପ୍ରିଲ୍ ୨୫ରେ ପ୍ରେମ ବିବାହ କରିଥିଲା ଦୀପକ । କିନ୍ତୁ ୪ ବର୍ଷ ତଳେ ଯେଉଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଥିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ ।

୨୦୨୨, ମାର୍ଚ୍ଚ ୧୭ । ଦୀପକ ଏତଲାରେ ଦର୍ଶାଇଥିଲେ, ପତ୍ନୀ ଅପର୍ଣ୍ଣାଙ୍କ ସହ ଭୁବନେଶ୍ବରରୁ ଢେଙ୍କାନାଳ ଯିବାବେଳେ ଟ୍ରକ୍ ଦୁର୍ଘଟଣା ଘଟାଇଥିବା ଏତଲାରେ ଉଲ୍ଲେଖ । ଖୁଣ୍ଟୁଣୀ ଥାନାରେ ଦୁର୍ଘଟଣାକୁ ଜନିତ ମୃତ୍ୟୁକୁ ନେଇ ୭୨/୨୨ରେ ଏକ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରି ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ ଖୁଣ୍ଟିଣୀ ଥାନା ଅଧିକାରୀଙ୍କୁ  କେସ୍ ରିଓପନ ପାଇଁ ନିବେଦନ କରିଛନ୍ତି । ତେବେ ଅପର୍ଣ୍ଣାଙ୍କ କେସ୍ ରିଓପନ୍ ହେଉଛି ନା ନାହିଁ ତାହା ସମୟ କହିବ ।