News7 Logo

ମ୍ୟାଚ୍ ହାରି ମନଦୁଃଖରେ ଫେରୁଥିଲେ, ହେଲେ ଫ୍ୟାନ୍ସ ଏପରି କାମ ମୁହଁରେ ଫୁଟାଇଦେଲା ହସ

NEWS7
Novac

ନୂଆଦିଲ୍ଲୀ ୦୬।୦୯ : ମ୍ୟାଚ୍‌ ହାରିଗଲେ, କିନ୍ତୁ ଫ୍ୟାନ୍ସଙ୍କ ମନ ଜିଣିନେଲେ । ଫ୍ୟାନ୍ସଙ୍କ ତାଳି ମାଡ଼ରେ ହସିଉଠିଲେ ମହାନ ଟେନିସ ଖେଳାଳି ନୋଭାକ ଜୋକାଭିକ୍‌ । ୟୁଏସ୍‌ ଓପନ ୨୦୨୫ରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ।

ଶୁକ୍ରବାର ଦିନ ଆର୍ଥର ଏସ୍‌ ଷ୍ଟାଡିୟମରେ ସ୍ପେନର ଖେଳାଳି କାର୍ଲସ ଅଲ୍‌କାରାଜ ଓ ସର୍ବିଆର ମହାନ ଟେନିସ ପ୍ଲେୟାର ନୋଭାକ ଜୋକୋଭିକ୍‌ଙ୍କ ମଧ୍ୟରେ ସେମି ଫାଇନାଲ ମୁକାବିଲା ଖେଳାଯାଉଥିଲା। ଯେଉଁଥିରେ ସିଧା ସେଟ୍‌ରେ ନୋଭାକ୍ ଜୋକୋଭିକ୍‌ଙ୍କୁ ହରାଇଥିଲେ କାର୍ଲସ ଅଲ୍‌କାରାଜ। ଯାହାଫଳରେ ଜୋକୋଭିକ୍‌ଙ୍କୁ ଲାଗିଥିଲା ଶକ୍ତ ଝଟ୍‌କା ।

ତେବେ ମ୍ୟାଚ୍‌ ହାରିବା ପରେ ଜୋକୋଭିକ୍‌ ନିରାଶ ହୋଇ ନିଜ ପ୍ୟାଭିଲିୟନ ଫେରୁଥିଲେ। ଏହି ସମୟରେ ଗ୍ୟାଲେରୀ ବସିଥିବା ଦର୍ଶକ ଓ ଷ୍ଟାପ୍‌ମାନେ ହଠାତ୍‌ ତାଳି ମାରି ସ୍ୱାଗତ କରିଥିଲେ। ଯାହାପରେ ମନଦୁଃଖରେ ଫେରୁଥିବା ଜୋକୋଭିକ୍‌ଙ୍କ ମୁହଁରେ ହସ ଫେରିଥିଲା। ଆଉ ସ୍ମିତ ହସ ଦେଇ ପ୍ୟାଭିଲିୟନକୁ ଫେରିଥିଲେ। ଏହି ଘଟଣାର ପୁରା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି