କାମାକ୍ଷାନଗର: ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ଘଟିଛି ଏହି ଅଘଟଣ। ମୃତକ ବାରିହାପୁର ଗାଁର ଅନିତା ବାରିକ। ସୂଚନା ଅନସୁାରେ, ପ୍ରାୟ ୮ ମାସ ତଳେ ବୈଦିକ ବାରିହାପୁର ଗାଁର ଶ୍ରୀକାନ୍ତ ବାରିକକୁ ବିବାହ କରିଥିଲେ ଅନିତା। ହେଲେ ବାହାଘରର କିଛିଦିନ ପରେ ଯୌତୁକ ଜନିତ କାରଣରୁ ତାଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିବା ସହ କିଛିଦିନ ତଳେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇ ବାପଘରକୁ ପଳାଇଯାଇଥିଲେ। ତେବେ ତାଙ୍କ ସ୍ବାମୀ ଏବଂ  ଶ୍ବଶୁର ଅନିତାକୁ ବୁଝାସୁଝା କରି ଫେରାଇ ଆଣିଥିଲେ। 

ହେଲେ ରବିବାର ଅନିତାଙ୍କ ମୃତଦେହ ଘରର ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହାପରେ ପରିବାର ଲୋକେ ମୃତ ମହିଳାଙ୍କ ଭାଇଙ୍କୁ ଖବର ଦେବା ସହ ପରଜଙ୍ଗ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ  ପରଜଙ୍ଗ ପୋଲିସ ପହଞ୍ଚି ଶବ ଜବତ  କରିବା ସହ  ଅଧିକ ତଦନ୍ତ ପାଇଁ  ସାଇଣ୍ଟିଫିକ ଟୀମ ସହାୟତାନେଇ ଅଧିକ ତଦନ୍ତ ଚଳାଇଛି। 
ଏପଟେ ଅନିତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ, ପୋଲିସ ଅଭିଯୋଗକୁ ଆଧାର କରି ସ୍ୱାମୀ ଶ୍ରୀକାନ୍ତ ବାରିକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅନିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ତାହା ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।