News7 Logo

ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରି କଲେ ମଲାଇକା, ୭ ବର୍ଷରେ ପାଇଲେ ଏତିକି କୋଟିର ଫାଇଦା

NEWS7
malaika

ନୂଆଦିଲ୍ଲୀ ୦୬।୦୯; ବଲିଉଡ୍ ଡିଭା ମଲାଇକା ଆରୋରା । ସେ ତାଙ୍କ ଫିଟନେସ୍ ଏବଂ ନୃତ୍ୟ ପାଇଁ ଖୁବ୍‌ ଜଣାଶୁଣା। ୫୧ ବର୍ଷ ବୟସରେ ମଧ୍ୟ ମଲାଇକା ଏତେ ଫିଟ୍ ଯେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମଲାଇକା ତାଙ୍କ ଫିଟନେସର ବିଶେଷ ଯତ୍ନ ନିଅନ୍ତି। ସେ ବ୍ୟାୟାମ କରିବା ସହିତ ଡାଏଟ୍ ଫଲୋ କରନ୍ତିଯାହା ଯୋଗୁଁ ମଲାଇକା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ମଲାଇକା ତାଙ୍କର ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଯାହା ଯୋଗୁଁ ତାଙ୍କୁ ବହୁତ ଲାଭ ମିଳିଛି।

ରିପୋର୍ଟ ଅନୁଯାୟୀ, ମଲାଇକା ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଥିବା ତାଙ୍କର ଆପାର୍ଟମେଣ୍ଟ ୫.୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମଲାଇକାଙ୍କ ଏହି ଆପାର୍ଟମେଣ୍ଟ ୧୩୬୯ ବର୍ଗଫୁଟରେ ନିର୍ମିତ। ଏଥିରେ ପାର୍କିଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଡିଲ୍ ପାଇଁ, ମଲାଇକା ପ୍ରାୟ ୩୧.୦୮ ଲକ୍ଷ ଷ୍ଟାମ୍ପ ଡ୍ୟୁଟି ଏବଂ ୩୦୦୦୦ ପଞ୍ଜିକରଣ ଫି ଦେଇଛନ୍ତି। ମଲାଇକା ମାର୍ଚ୍ଚ ୨୦୧୮ରେ ଏହି ଆପାର୍ଟମେଣ୍ଟକୁ ୩.୨୬ କୋଟି ଟଙ୍କାରେ କିଣିଥିଲେ। ଏହାକୁ ୫.୩ କୋଟି ଟଙ୍କାରେ ବିକ୍ରି କରି, ୨.୦୪ କୋଟି ଟଙ୍କା ଲାଭ କରିଛନ୍ତି। ମଲାଇକା ୭ ବର୍ଷ ମଧ୍ୟରେ ଏହି ସମ୍ପତ୍ତିରୁ ୬୨ ପ୍ରତିଶତ ଲାଭ କରିଛନ୍ତି।

କହିବାକୁ ଗଲେ ମଲାଇକା ମଡେଲିଂରେ ପ୍ରବେଶ କରିବା ପୂର୍ବରୁ MTV ଇଣ୍ଡିଆରେ ଏକ ଭିଜେ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ବିଜ୍ଞାପନ ଏବଂ ଲୋକପ୍ରିୟ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ମଲାଇକା ମଣିରତ୍ନମଙ୍କ ୧୯୯୮ ମସିହାରେ ଆସିଥିବା ଫିଲ୍ମ ଦିଲ୍ ସେର ଛୈୟା ଛୈୟା ଗୀତରୁ ଲୋକପ୍ରିୟତା ପାଇଥିଲେ। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ମଲାଇକା ଏବେ ରିଆଲିଟି ଶୋଜଜ୍‌ କରୁଥିବାର ଦେଖିବାକୁ ମିଳୁଛି।