News7 Logo

ମା’ ଭଟ୍ଟାରିକା ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀ ବନ୍ୟାଜଳ

NEWS7
Bhatarika

ଆଠଗଡ଼ ୯: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀ ବନ୍ୟାଜଳ । ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ମହାନଦୀର ବନ୍ୟାଜଳ ମାଙ୍କ ମନ୍ଦିରକୁ  ଛୁଇଁଛି ପୂଜକ ସମିତି ଓ ଦେବତ୍ତର ବିଭାଗ ପକ୍ଷରୁ ସଜାଗ ଥିବାବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୂପେ ଚାଲିଛି । ଯଦି ଆଉ ଅଧିକ ଗେଟ୍ ଖୋଳିବ ତେବେ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ନିକଟରେ ଥିବା ସୁରକ୍ଷିତ ସ୍ଥାନକୁ ମାଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ସେବାୟତ ମାନେ ସଜାଗ ଥିବାବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛନ୍ତି । ମନ୍ଦିରରେ ମାଙ୍କର ପୂଜା ରୀତିନୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।