News7 Logo

କୁଳଡିହା ବନବିଭାଗର ଚଢ଼ାଉ, ଦୁଇଟି ଚୋରା କରତକଳ ସହ ଯନ୍ତ୍ରାଂଶ ଓ କାଠ ଜବତ

NEWS7
Kuladiha Forest

ନୀଳଗିରି ୧୧/୯:ଆକ୍ସନ ମୋଡ଼ରେ ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ବନବିଭାଗ। ଅଭୟାରଣ୍ୟ ସୀମାନ୍ତ ହାତୀଖୁଲିଆ ସେକ୍ସନ ଅଞ୍ଚଳରେ ଚାଲିଥିବା ୨ଟି ବେଆଇନ କରତକଳରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରାଯାଇଛି।

ବାଲେଶ୍ଵରରେ ନୂଆ କରି ଡିଏଫଓ ଭାବରେ ଯୋଗ ଦେବା ପରେ ଜିଲ୍ଲାର ୫ଟି ରେଞ୍ଜର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ କୌଣସି ବେଇଆନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ କରିଥିଲେ। ଏପରିକି ନିଉଜ-୭ କୁ ସାକ୍ଷାତକାରରେ ଆଗାମୀ ଦିନରେ କିଭଳି ତାଙ୍କର କାର୍ଯ୍ୟପନ୍ଥା ରହିବ ପ୍ରତିକ୍ରିୟା ରଖିଥିଲେ। ଏହାପରେ କୂଳଡିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ସୁବ୍ରତ ବେହେରା ଆକ୍ସନ ମୋଡ଼କୁ ଆସିଛନ୍ତି। ଗୁରୁବାର ଭୋର ହାତୀଖୁଲିଆ ସେକ୍ସନ ଅଧିନ ଦହିପୁର ଓ ଜଗନ୍ନାଥପୁର ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ଉପରେ ଅଚାନକ ଚଢ଼ାଉ କରିଥିଲେ। ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଥିବା ବେଳେ ମାଲିକ ଫେରାର ଅଛନ୍ତି। ତେବେ ଯେଉଁ ଜାଗାରେ କରତକଳ ଚାଲୁଥିଲା ସେହି ଜାଗାର ମାଲିକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।