LIVE TV

ଧନୁ ରାଶି ବ୍ୟକ୍ତିଙ୍କୁ କାମରେ ସଫଳତା ମିଳିବ, ଚାକିରିରେ ଉନ୍ନତି ଏବଂ ପ୍ରଶଂସା ଆସିବ

NEWS7
Know your Horoscope for Tuesday 7th October 2025.

ମେଷ- ଦିନଟି ଶୁଭ ରହିବ। ଚାକିରିରେ ନୂଆ ସୁଯୋଗ ଆସିପାରେ ଏବଂ ଅଧିକାରୀଙ୍କ ପ୍ରଶଂସା ମିଳିବ। ବ୍ୟବସାୟରେ ଲାଭ ସହ ନୂଆ ଯୋଜନାରେ ହାତ ଦେଇପାରିବେ। ଶିକ୍ଷାର୍ଥୀମାନେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ଖୁସି ରହିବ ଓ ସ୍ୱାସ୍ଥ୍ୟ ସାଧାରଣ ରହିବ ।

ବୃଷ- ବୃଷ ରାଶିରେ ଧନ ଲାଭର ସମ୍ଭାବନା ଉଚ୍ଚ ରହିଛି। ଚାକିରିରେ ପ୍ରଶଂସା ଏବଂ ଉନ୍ନତିର ସୁଯୋଗ ମିଳିପାରେ। ବ୍ୟବସାୟରେ ପୁରୁଣା ଯୋଜନାରୁ ଲାଭ ହେବ। ଶିକ୍ଷାର୍ଥୀଙ୍କ ପାଇଁ ଶୁଭ ସମୟ ରହିବ । ଦାମ୍ପତ୍ୟ ଜୀବନରେ ସ୍ନେହ ବୃଦ୍ଧି ପାଇବ ଏବଂ ସ୍ୱାସ୍ଥ୍ୟ ସାଧାରଣ ରହିବ।

ମିଥୁନ- ଦିନ ଆପଣଙ୍କୁ ସୁଖ ଦେବ। ଚାକିରି ଏବଂ କର୍ମ କ୍ଷେତ୍ରରେ କାମରେ ସଫଳତା ଲାଭ କରିବେ ଓ ନୂଆ ଦାୟିତ୍ୱ ପାଇବେ। ବ୍ୟବସାୟରେ ଲାଭ ଓ ପରିଚୟ ବୃଦ୍ଧିପାଇବ। ଦାମ୍ପତ୍ୟ ଜୀବନ ମଧୁର ରହିବ ।

କର୍କଟ- ଦିନଟି ସୁବିଧାଜନକ ନୁହେଁ। ଚାକିରିରେ ଅଧିକାରୀଙ୍କ ଅସନ୍ତୋଷ ସମ୍ଭବ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି। ଶିକ୍ଷାର୍ଥୀମାନେ ଚିନ୍ତା ଏବଂ ବାଧା ସମ୍ମୁଖୀନ ହେବେ । ଦାମ୍ପତ୍ୟ ଜୀବନରେ କଳହ ଏବଂ ମନରେ କ୍ଲେଶ ରହିପାରେ। ପୁରୁଣା ରୋଗ ଫେରିପାରେ ।

ସିଂହ- ରାଶି ପାଇଁ ଦିନ ଶୁଭ ରହିବ। ଚାକିରିରେ ପଦୋନ୍ନତି କିମ୍ବା ପ୍ରଶଂସା ମିଳିବ। ବ୍ୟବସାୟରେ ବଡ଼ ଲାଭ ସମ୍ଭବନା ଅଛି। ଶିକ୍ଷାର୍ଥୀମାନେ ପ୍ରୟାସରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ବୃଦ୍ଧିପାଇବ। ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା- ନୂଆ ସୁଖବର ମିଳିପାରେ । କାମରେ ସଫଳତା ଓ ପ୍ରଶଂସା ମିଳିବ । ବ୍ୟବସାୟରେ ଅର୍ଥଲାଭ ସମ୍ଭବ। ଶିକ୍ଷାର୍ଥୀଙ୍କ ପାଇଁ ଶୁଭ ସମୟ ଆସିବ। ସ୍ୱାସ୍ଥ୍ୟରେ ସୁଧାର ହେବ ।

ତୁଳା- ସମସ୍ତ କାମରେ ସଫଳତା ମିଳିବ। ଚାକିରିରେ ନୂଆ ସୁଯୋଗ ଏବଂ ପ୍ରଗତି ହେବ । ବ୍ୟବସାୟରେ ଲାଭ ହେବା ସହିତ ପରିଚୟ ବୃଦ୍ଧିପାଇବ। ଶିକ୍ଷାର୍ଥୀଙ୍କୁ ଅପେକ୍ଷାକୃତ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା-  ରାଶି ପାଇଁ ଦିନଟିରେ ବାଧା ଉପୁଜିପାରେ। ଚାକିରିରେ ଭୁଲ କାରଣରୁ ସମସ୍ୟା ହୋଇପାରେ । ବ୍ୟବସାୟରେ କ୍ଷତି ବା ଟଙ୍କା ଅଟକିବା ସମ୍ଭବ। ଦାମ୍ପତ୍ୟ ଜୀବନରେ ବାଦବିବାଦ ସୃଷ୍ଟି ହେବ । ସ୍ୱାସ୍ଥ୍ୟରେ ଅସୁସ୍ଥତା ରହିବ ।

ଧନୁ- ସମସ୍ତ କାମରେ ସଫଳତା ମିଳିବ। ଚାକିରିରେ ଉନ୍ନତି ଏବଂ ପ୍ରଶଂସା ଆସିବ। ବ୍ୟବସାୟରେ ନୂଆ ଯୋଜନାରୁ ଲାଭ ହେବ। ଶିକ୍ଷାରେ ଆଶାକୃତ ଫଳ ମିଳିବ। ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଜଭୁତ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର- ମକର ରାଶି ପାଇଁ ମଧ୍ୟମ ଦିନ ରହିବ। ଚାକିରିରେ ଛୋଟ ଅସୁବିଧା ହୋଇପାରେ। କିନ୍ତୁ ପରେ ସମାଧାନ ମିଳିବ। ବ୍ୟବସାୟରେ ଛୋଟ ଲାଭ ହେବ। ଶିକ୍ଷାରେ ପରିଶ୍ରମ କଲେ ଫଳ ଭଲ ଆସିବ । ଦାମ୍ପତ୍ୟ ଜୀବନରେ ସାଧାରଣ ସମସ୍ୟା ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ ।

କୁମ୍ଭ- ଦିନ ସୁଖଦ ରହିବ। ଚାକିରିରେ ପ୍ରଗତି ଓ ପ୍ରଶଂସା ମିଳିବ । ବ୍ୟବସାୟରେ ଅପେକ୍ଷାକୃତ ଲାଭ ହେବ। ଶିକ୍ଷାର୍ଥୀମାନେ ପ୍ରତିଯୋଗିତାରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ସମ୍ପର୍କ ମିଠା ହେବ । ସ୍ୱାସ୍ଥ୍ୟ ଭଲ ରହିବ।

ମୀନ- ଦିନଟି ସେତେଟା ଫଳଫ୍ରଦ ନହୋଇପାରେ। ଚାକିରିରେ ଭୁଲ କାମରୁ ବିପଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଧନ କ୍ଷତି ବା ବିଳମ୍ବ ହେବାର ଆଶଙ୍କା ରହିଛି। ଦାମ୍ପତ୍ୟ ଜୀବନରେ ଦୁଃଖ ଓ ବିବାଦ ସୃଷ୍ଟି ହେବ । ସ୍ୱାସ୍ଥ୍ୟରେ ଯନ୍ତ୍ରଣା ଓ ପୀଡ଼ା ଦେଖାଯିବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682