LIVE TV

ତୁଳା ରାଶି ବ୍ୟକ୍ତିଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ, ଆର୍ଥିକ ସମସ୍ୟା ଦେଖାଦେଇପାରେ

NEWS7
Know your Horoscope for Thursday 2nd October 2025.

ମେଷ- ମନରେ ଉତ୍ସାହ ଓ ସକାରାତ୍ମକ ଭାବନା ଭରି ରହିବ। କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ମୂଲ୍ୟ ପାଇବେ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଯୋଗ ରହିଛି। ପାରିବାରିକ ସମ୍ପର୍କ ମଧୁର ହେବ, ମାତ୍ର ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦିଅନ୍ତୁଅଶୁଭ ସମୟକୁ ଏଡ଼ାଇବା ପାଇଁ ହନୁମାନଙ୍କୁ ପୂଜା କରନ୍ତୁ। ଦୂର ଯାତ୍ରା ପାଇଁ ଯୋଗ ରହିଛି।

ବୃଷ- ଦିନଟି ଶୁଭ ଫଳଦାୟକ ହେବ ବିଶେଷ କରି ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ। ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ନୂତନ ଯୋଜନା ସଫଳ ହେବ। ପରିବାରରେ ଶାନ୍ତିର ବାତାବରଣ ରହିବ ପ୍ରେମ ଜୀବନରେ ଆନନ୍ଦ ମିଳିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନୋନିବେଶ କରି ଲକ୍ଷ୍ୟ ହାସଲ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ମିଥୁନ- କିଛି ବ୍ୟକ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ତେଣୁ ଧୈର୍ଯ୍ୟ ରଖିବା ଜରୁରୀ। ସହକର୍ମୀମାନଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟରେ ସାମାନ୍ୟ ଲାଭ ମିଳିପାରେ କିନ୍ତୁ କୌଣସି ବଡ଼ ନିବେଶରୁ ଦୂରେଇ ରୁହନ୍ତୁ। ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସନ୍ଧ୍ୟା ସମୟରେ ମନ୍ଦିର ଦର୍ଶନ କରିବା ଦ୍ୱାରା ଶାନ୍ତି ମିଳିବ।

କର୍କଟ- ଦିନଟି ଆନନ୍ଦମୟ ଓ ସୁଖମୟ ରହିବ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ଏବଂ ବନ୍ଧୁମାନଙ୍କ ସହ ସମୟ କାଟିବାର ସୁଯୋଗ ମିଳିବ। ଆର୍ଥିକ ଦିଗ ସୁଦୃଢ଼ ରହିବ, ଆକସ୍ମିକ ଧନ ଲାଭର ଯୋଗ ଅଛି। ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନସିକ ଶାନ୍ତି ପାଇଁ ଧ୍ୟାନ ଏବଂ ଯୋଗ କରନ୍ତୁ।

ସିଂହ- କାର୍ଯ୍ୟରେ ଅଧିକ ସମୟ ଦେବାକୁ ପଡ଼ି, ତେବେ ଯାଇ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖାଦେଇପାରେ, ତେଣୁ କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ଧନ କାରବାର ସମୟରେ ସତର୍କ ରୁହନ୍ତୁ, ଅନ୍ୟକୁ ଋଣ ଦେବାରୁ ବିରତ ରୁହନ୍ତୁ। ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଆପଣ ନିଜ ବୁଦ୍ଧି ବଳରେ ବିଜୟୀ ହେବେ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଶୁଭଫଳ ମିଳିବ।

କନ୍ୟା- ବୁଦ୍ଧି ଓ ବିଚାର ଶକ୍ତି ସବୁ କ୍ଷେତ୍ରରେ ସଫଳତା ଦେବ। କର୍ମସ୍ଥଳୀରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ଏବଂ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଅଟକି ରହିଥିବା ସରକାରୀ କାମ ଶେଷ ହେବାର ଯୋଗ ରହିଛି। ବିବାହ ପାଇଁ ପ୍ରସ୍ତାବ ଆସିପାରେ, ଯାହା ମନକୁ ଖୁସି କରିବ। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ।

ତୁଳା- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ, ଅଳସୁଆପଣକୁ ଛାଡି କାର୍ଯ୍ୟରେ ମନ ଦିଅନ୍ତୁ। ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇପାରେ, ତେଣୁ ବ୍ୟୟରେ ସନ୍ତୁଳନ ରଖନ୍ତୁ। ବ୍ୟବସାୟରେ ନୂତନ ଚୁକ୍ତି କରିବାର ସୁଯୋଗ ମିଳିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି, ତେବେ ଧୈର୍ଯ୍ୟ ରଖନ୍ତୁ। ଅନ୍ୟର କଥାରେ ପଡ଼ି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଛା- ମନରେ ଥିବା ସମସ୍ୟା ଦୂର ହେବ, ଆପଣଙ୍କ ସାହସ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ, କଠିନ ପରିଶ୍ରମର ଫଳ ମିଳିବ। ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ, ସେମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ, ତେବେ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ।

ଧନୁ- ପରିବାର ଓ ବନ୍ଧୁଙ୍କ ସହଯୋଗ ଯୋଗୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭଲ ସୁଯୋଗ ମିଳିବଚାକିରିରେ ଉନ୍ନତିର ସମ୍ଭାବନା ଅଛି। ଆର୍ଥିକ କ୍ଷେତ୍ରରେ ଦିନଟି ଶୁଭ ରହିବ, ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ। ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।

ମକର- କୌଣସି ବଡ଼ ନିଷ୍ପତ୍ତି ନେବାରୁ ବିରତ ରୁହନ୍ତୁ, ଅନ୍ୟମାନଙ୍କ ସହଯୋଗ ନେଇ କାର୍ଯ୍ୟ କରନ୍ତୁ। ବ୍ୟବସାୟରେ କୌଣସି ନୂଆ ପାର୍ଟନରସିପ୍‌ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରିନିଅନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଭାଗ୍ୟର ସାମାନ୍ୟ ସହଯୋଗ ମିଳିବ, କର୍ମ ଉପରେ ଗୁରୁତ୍ୱ ଦିଅନ୍ତୁ।

କୁମ୍ଭ- ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ, ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ମାନସିକ ଚାପ ବଢିପାରେ। ଚାକିରି କ୍ଷେତ୍ରରେ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ। ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ, ଯାହା ମନକୁ ଆନନ୍ଦିତ କରିବ। ଅଯଥା ଖର୍ଚ୍ଚ କମାଇବାକୁ ଚେଷ୍ଟା କରନ୍ତୁ ଏବଂ ନିବେଶ ପାଇଁ ଏବେ ସମୟ ଅନୁକୂଳ ନୁହେଁ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ଶୁଭ ଫଳ ମିଳିବ।

ମୀନ- ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ, ଆପଣଙ୍କର ଆତ୍ମବିଶ୍ୱାସ ଓ ମନୋବଳ ଦୃଢ଼ ରହିବ। ନୂଆ ଆୟର ଉତ୍ସ ସୃଷ୍ଟି ହେବ, ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ, ପଦୋନ୍ନତିର ସୁଯୋଗ ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାଆ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682